fbpx

ଚୋରାରେ ଚୀନକୁ ଅସ୍ତ୍ରଶସ୍ତ୍ର ଦେଉଛି ଇସ୍ରାଏଲ, ଭାରତ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଚୀନ କେବେ ବି ନିଜ ମନ୍ଦ କାର୍ଯ୍ୟକଳାପରୁ ନିବୃତ୍ତ ହେବନାହିଁ । ଏଥିଯୋଗୁଁ ପଡ଼ୋଶୀ ଦେଶର ଚିନ୍ତା ବଢ଼ିବାରେ ଲାଗିଛି । ଚୀନର ଚତୁରତାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଚୀନ୍ ଚୋରାରେ ଇସ୍ରଏଲ କମ୍ପାନୀଠାରୁ କ୍ରୁଜ କ୍ଷେପଣାସ୍ତ୍ର ନେଉଛି । ଘଟଣାକୁ ନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି ।

ଏହି ମାମଲାରେ ସୋମବାର ଦିନ ଇସ୍ରାଏଲର ୩ କମ୍ପାନୀ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛି । କୁହାଯାଇଛି ଯେ, ସମସ୍ତ ଅଭିଯୁକ୍ତ ବିନା ଅନୁମତିରେ ଇସ୍ରାଏଲର କ୍ରୁଜ ମିସାଇଲ ଚୀନକୁ ରପ୍ତାନି କରୁଥିଲେ । ଇସ୍ରାଏଲର ଅର୍ଥ ବିଭାଗର ସରକାରୀ ଏହାର ସୂଚନା ଦେଇଛନ୍ତି । ଇସ୍ରାଏଲ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଚଳିତବର୍ଷ ଫେବୃଆରୀରେ ୨୦ ଇସ୍ରାଏଲ ଲୋକଙ୍କୁ ଏବିଷୟରେ ପଚରାଉଚରା କରାଯାଇଥିଲା । ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଚୀନରୁ ଏହି ଲୋକମାନେ ମିସାଇଲକୁ ନେଇ ଆଦେଶ ମିଳିଥିଲା । ଏପରି କରିବା ଦ୍ୱାରା ଚୀନ୍ ଇସ୍ରାଏଲ କମ୍ପାନୀଗୁଡିକୁ ଟଙ୍କା ଓ ଅନ୍ୟ ସୁବିଧା ଦେଉଥିଲା ।

Get real time updates directly on you device, subscribe now.