fbpx

ଚୀନ୍‌ରେ ଇସ୍ରାଏଲ କୂଟନୈତିଜ୍ଞଙ୍କୁ ଛୁରାମାଡ, ଆକ୍ରମଣର କାରଣ ଜଣା ପଡିନାହିଁ

ବେଜିଂ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଚୀନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଇସ୍ରାଏଲ କୂଟନୈତିଜ୍ଞଙ୍କ ଉପରେ କେହି ଛୁରାରେ ଆକ୍ରମଣ କରିଛି । ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଆକ୍ରମଣ ବିଷୟରେ ସୂଚନା ଦିଆଯାଇଛି । ଏବେ କୂଟନୈତିଜ୍ଞଙ୍କୁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଏହି ଆକ୍ରମଣର କାରଣ ସ୍ପଷ୍ଟ ହୋଇ ନାହିଁ ।

ଚୀନ୍‌ରେ ଇସ୍ରାଏଲ କୂଟନୈତିଜ୍ଞଙ୍କ ଉପରେ ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ଓ ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି । ଏହା ବ୍ୟତିତ ବହୁ ଲୋକ ଗୁରୁତର ହୋଇଛନ୍ତି । ଏହି ଯୁଦ୍ଧକୁ ନେଇ ବିଶ୍ୱର ବିଭିନ୍ନ ଦେଶ ୨ ଭାଗ ହୋଇଯାଇଛନ୍ତି । ବିଶ୍ୱର ବହୁ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଖୁବ୍ କମ୍ ଇସଲାମିକ ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି ।

Get real time updates directly on you device, subscribe now.