fbpx
BSKY
BJD MC SKY
BJD MS SKY

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ମାମଲା: ୧୫୦ଟଙ୍କା ଅଟୋ ଭଡା କରି ଆସିଥିଲେ, ଇଂରାଜୀରେ କଥା ହେଉଥିଲେ..

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟିବା ମାମଲାକୁ ନେଇ ପୋଲିସ ତଦନ୍ତ ଚଳାଇଛି । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ନେଇ ପୋଲିସର ସନ୍ଦେହ ବଢିଛି, ଯିଏ ବିସ୍ଫୋରଣ ଘଟିବାର କିଛି ସମୟ ପୂର୍ବରୁ ଘଟଣାସ୍ଥଳକୁ ଆସିଥିଲା । ଏହି ବ୍ୟକ୍ତି ବ୍ଲାଷ୍ଟର କିଛି ସମୟ ପୂର୍ବରୁ ଅଟୋରେ ବସି ପୁଣି ଫେରିଯାଇଥିଲେ । ଯାଞ୍ଚ ଏଜେନ୍ସିମାନେ ବର୍ତ୍ତମାନ ଏହି ତଦନ୍ତରେ ଲାଗିପଡିଛନ୍ତି ।

ପୋଲିସ ଅଟୋ ଚାଳକଙ୍କୁ ଟ୍ରାକ କରି ତାଙ୍କୁ ପଚରାଉଚରା କରିଛି । ଜଣାପଡିଛି ଯେ, ସନ୍ଦିଗ୍ଧ ବ୍ୟକ୍ତି ଜାମିୟା ରୁ ପୃଥ୍ୱୀରାଜ ରୋଡ ଆସିବା ପାଇଁ ୧୫୦ ଟଙ୍କାରେ ଅଟୋ ବୁକ୍ କରିଥିଲେ । ଡ୍ରାଇଭର ଜଣକ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କୁ ହିନ୍ଦୀ ଜଣା ନଥିଲା । ସେ ଇଂରାଜୀରେ କଥା ହେଉଥିଲେ । ସନ୍ଦିଗ୍ଧ ଜଣକ ୫ ମିନିଟ ପାଇଁ ଘଟଣାସ୍ଥଳରେ ଅଟକି ଥିଲେ ଏବଂ ପରେ ସେ ଅନ୍ୟ ଏକ ଅଟୋରେ ସେଠାରୁ ଫେରିଯାଇଥିଲେ । ତେବେ ବର୍ତ୍ତମାନ ପୋଲିସ ସଂପୂର୍ଣ୍ଣ ରୁଟର ସିସିଟିଭି କ୍ୟାମେରା ଚେକ୍ କରୁଛି ।

ପୋଲିସ କହିବା ଅନୁସାରେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କୁ ମୁଖ୍ୟ ସନ୍ଦିଗ୍ଧ କହିବା ଅସ୍ପଷ୍ଟ ରହିବ । ଏପର୍ଯ୍ୟନ୍ତ ସେହି ବ୍ୟକ୍ତିଙ୍କୁ ପରିଚିତ କରାଯାଇନାହିଁ । ସିସିଟିଭି ଫୁଟେଜର ଯାଞ୍ଚରେ ଜଣାପଡିଛି ଯେ, ଏହି ବ୍ୟକ୍ତି ସେହି ୧୨ ଜଣଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ବିସ୍ଫୋରଣ ପୂର୍ବରୁ ସେଠାରେ ଉପସ୍ଥିତ ଥିଲା ।

ଅନ୍ୟ ଏକ ପୋଲିସ ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ପରିଚିତ କରାଇବା ପାଇଁ ଫେସିଆଲ ରେକଗନାଇଜେସନ ଟେକ୍ନୋଲୋଜୀର ବ୍ୟବହାର କରିବା ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ପୋଲିସ ୧୦ ଜଣଙ୍କ ବିବୃତ୍ତି ମଧ୍ୟ ଦାଖଲ କରିଛି, ଯେଉଁଥିରେ ଦୂତାବାସ ବାହାରେ ହୋଇଥିବା ଏହି ବିସ୍ଫୋରଣର ଶବ୍ଦ ଶୁଣିଛନ୍ତି ।

Get real time updates directly on you device, subscribe now.