fbpx

(Video) ସେଦିନର ଅଲୋଡା ଶିଶୁ ଅନ୍ନପୂର୍ଣ୍ଣା ଆଜି କୋଟପତି ଝିଅ କାବ୍ୟା; ରାଜ ରାସ୍ତାରୁ ଆମେରିକାର ଯାତ୍ରା…

ଓଡ଼ିଶା ଭାସ୍କର: ଦିନେ ବାପା ମାଙ୍କ ପାଇଁ ଅଲୋଡା ହୋଇଯାଇଥିଲା ନବଜାତ ଶିଶୁକନ୍ୟା । ଝିଅଟିଏ ବୋଲି ମା ତା କୋଳରୁ ତା ଝିଅକୁ ପର କରି ଦେଇଥିଲ।। ହେଲେ ତା ଭାଗ୍ୟରେ ପୁଣି ଏମିତି ରାଜସୁଖ ଥିଲା ସେକଥା କେହି କେବେ ସ୍ୱପ୍ନରେ ସୁଧା ଚିନ୍ତା କରି ନôତବେ । ହେଲେ ବିଧିର ବିଧାନକୁ କେ କରିବ ଆନ । ନିୟତି ବେଳେ ବେଳେ ମଣିଷ ଭାଗ୍ୟ ଏମିତି କିଛି ଲେଖି ଦିଏ ଯାହାକୁ ବୁଝିବା ସମ୍ଭବପର ହୋଇନ ଥାଏ । ସେହି ଭଳି କିଛି ଘଟଣା ଘଟିଛି ଏହି କୁନି ଝିଅଟି ସହ । ଯେଉଁ ଶିଶୁ କନ୍ୟାଟିକୁ ଅଲୋଡ଼ା ଭାବି ଦିନେ ମୃତ୍ୟୁ ମୁଖରେ ବାପାମା ଛାଡ଼ିଦେଇଥିଲେ ଆଜି ସିଏ କୋଟିପତି ବାପାର ଝିଅ । ସେ ପୁଣି ଆମେରିକାର ବାସିନ୍ଦା ।

ସିନେମା କାହାଣୀ ପରି ଲାଗୁଥିଲେ ମଧ୍ୟ କଥାଟି ସତ । ଆଠଗଡ ସାପୁଆ ନଦୀ କୂଳରୁ ଉଦ୍ଧାର ହୋଇଥିବା ଏହି ଶିଶୁ କନ୍ୟାଟିକୁ ମିଳିଛି ନୂଆ ପରିଚୟ ଆଉ ନୂଆ ନାଁ । ସେ ଏବେ ଆଉ ଅନାଥ ନୁହେଁ । ତାକୁ ମିଳି ଯାଇଛନ୍ତି ତାର ବାପା ମା’ ।କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ ଥିବା ଶିଶୁ ଯତ୍ନ ସେବା କେନ୍ଦ୍ର ଠାରେ । ଗତ ୨୦୧୫ ମସିହା ରେ ମାଲକାନଗିରି ଜିଲ୍ଲା ରେ ଜଣେ ଅବିବାହିତ ଯୁବତୀ ଅନୈତିକ ସମ୍ପର୍କ ଯୋଗୁଁ ଏକ ଶିଶୁ କନ୍ୟା ଜନ୍ମ ଦେଇ ଚାଲି ଯାଇଥିଲେ । ଫଳରେ ସେହି ଅନାଥ ଶିଶୁ ଟିକୁ ପ୍ରଶାସନ ପକ୍ଷରୁ ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ଶିଶୁ ଯତ୍ନ ସେବା କେନ୍ଦ୍ର ଥଇଥାନ କରାଯାଇଥିଲା ।

ଦଶମନ୍ତପୁର ଶିଶୁ ଯତ୍ନ ସେବା କେନ୍ଦ୍ର ଠାରେ ଶିଶୁଟି ଦୀର୍ଘ ୧୩ ମାସ ରହିବା ପରେ ଝିଅ ଟିର ନାଁ ଅନ୍ନପୂର୍ଣ୍ଣା ଭାବେ ନାମ ପଞ୍ଜିକରଣ କରାଯାଇଥିଲା । ତେବେ ସେହି ଝିଅ ଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଆମେରିକା ର “ଚିକାଗୋ” ସହର ଏକ ପରିବାର ଚୟନ କରି ଅନ୍ନପୂର୍ଣ୍ଣା ଙ୍କୁ ୨୦୧୬ ଡିସେମ୍ବର ମାସରେ ସରକାରୀ ନିୟୋମାନୁସାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଏବଂ ପରିବାର ପକ୍ଷରୁ ସେହି କୁନି ଝିଅ ଟିର ନୂତ୍ତନ ନାଁ ଭାବେ “କାବ୍ୟା” ଭାବେ ପଞ୍ଜିକରଣ କରାଯାଇଥିବା ପରିବାର ପକ୍ଷରୁ ସୂଚନା ରୁ ଜଣାପଡ଼ିଛି । ସେଠାରେ ସେହି ଅନାଥ କୁନୀ ଝିଅ ଟି ଷ୍ଟାଣ୍ଡାଡ଼ ୨ ରେ ଅଧ୍ୟୟନ କରୁଥିବା ଜଣାପଡିଛି ।

ତେବେ ସଂପୃକ୍ତ କୁନି ଝିଅ କାବ୍ୟାକୁ ୭ ବର୍ଷ ର ପୂର୍ତ୍ତି ହେବା ପରେ ପରିବାର ଲୋକେ ସ୍ଥାନୀୟ ଦଶମନ୍ତପୁର ସ୍ଥିତ ଶିଶୁ ଯତ୍ନ ସେବା କେନ୍ଦ୍ର ଠାରେ ପୁଣି ପହଞ୍ଚି ଥିବା ଦେଖିବାକୁ ମିଳିଛି । କାବ୍‌ଯା ନିଜ ପରିବାର ଲୋକଙ୍କ ସହ ପହଞ୍ଚି ସେଠାରେ ପୋଷ୍ୟ ସନ୍ତାନ ଭାବେ ରହୁଥିବା କୁନି କୁନି ପିଲା ଙ୍କ ସହ ଅନେକ ସମୟ ଅତିବାହିତ କରିବା ସହ ପିଲା ମାନଙ୍କୁ ସାଥିରେ ଆଣିଥିବା କିଛି କ୍ରୀଡା, ପାଠ୍ୟ ସାମଗ୍ରୀ ସହ ବିଭିନ୍ନ ଖେଳନା ସାମଗ୍ରୀ ବଣ୍ଟନ କରିଥିବା ନଜରକୁ ଆସିଛି ।

ସେଦିନର ଅନ୍ନପୂର୍ଣ୍ଣା ଆଜିର କାବ୍ୟା ର ଭାଗ୍ୟ ବଦଳିବା ସହ ଭଗବାନ ଙ୍କ କୃପା ରୁ ସେ ଏବେ ଏସ ଆରାମ ରେ ଜୀବନ ଅତିବାହିତ କରୁଛନ୍ତି । ବର୍ତ୍ତମାନ ଦଶମନ୍ତପୁର ର ଏହି କେନ୍ଦ୍ର ଠାରେ ମୋଟ ୫୫ ଜଣ ଅନାଥ ପିଲା ରହୁଥିବା ବେଳେ ନୂତନ ଭାବେ ୨୫ ଜଣ ପିଲାମାନଙ୍କୁ ନେଇ ବିଦ୍ୟାଳୟ ଖୋଲା ଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏପରି ମହତ କାର୍ଯ୍ୟ କରୁଥିବା ଯୋଗୁଁ ଏହି ଓଊଝ କେନ୍ଦ୍ର ଟିକୁ ଲୋକେ ଭୁରି ଭୁରି ପ୍ରଂଶଂସା କରିଥିବା ଜଣାପଡିଛି। କଟକ ଚୌଦ୍ୱାରର ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି ନାମକ ଅନାଥ ଆଶ୍ରମରେ ଥିବା ୧୦ ମାସର ଅନାଥ ଶିଶୁ କନ୍ୟା ସାଈ ମିନାକ୍ଷୀକୁ ଆଜି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଜର୍ମାନୀର ଏନଆରଆଇ ଦମ୍ପତ୍ତି ତଥା ଆଇଟି ଏକ୍ସପର୍ଟ ଶୁଭାସିନୀ ମୁନିଆସାମୀ ଓ ସେରଭାରାନ ଥାଙ୍ଗାଭେଲ ।

Get real time updates directly on you device, subscribe now.