fbpx

ପ୍ରତିଦିନ ନ ଗାଧୋଇବାର ବି ରହିଛି ଅନେକ ଫାଇଦା ; କିଛି ସାଇଡ୍ ଇଫେକ୍ଟରୁ ନିଜକୁ କରିପାରିବେ ରକ୍ଷା

ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଅନେକ ଲୋକେ ଗାଧୋଇବାକୁ ପସନ୍ଦ କରନ୍ତିନି । ଯେତେବେଳେକି ସୁସ୍ଥତା ଏବଂ ପବିତ୍ରତା ପାଇଁ ଗାଧୋଇବା ନିହାତି ଜରୁରୀ । ସେହିପରି କିଛି ଲୋକ ନିଜର ସ୍ୱାସ୍ଥ ପାଇଁ ପ୍ରେତ୍ୟକ ଦିନ ଗାଧୋଇଥାନ୍ତି । ଯାହାଫଳରେ ମନରେ ସକରାତ୍ମକ ଭାବନା ଜାଗ୍ରତ ହେବା ସହ ସାରା ଦିନ ସତେଜତା ଅନୁଭବ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ନ ଗାଧୋଇବାର ମଧ୍ୟ ଅନେକଗୁଡିଏ ଫାଇଦା ରହିଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ନ ଗାଧୋଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ ଏବଂ ଯଦି ଗାଧୋଉଛନ୍ତି କେଉଁ ଉପାୟରେ ଗାଧୋଇବା ଆବଶ୍ୟକ ।

ତେବେ ନେସନାଲ ସେଣ୍ଟର ଫର୍ ବାୟୋଲୋଜିକାଲ ଇନଫେକ୍ସନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡିଛି ଯେ ଗାଧୋଇବା ଦ୍ୱାରା ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଶୀତ ଦିନେ ପ୍ରତ୍ୟେକ ଦିନ ଗାଧୋଇବା ଉପରେ ସେମାନେ ବାରଣ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଶୀତଦିନେ ପ୍ରତ୍ୟେକ ଦିନ ଗାଧୋଉଛନ୍ତି ତେବେ ସେମାନେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ । ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରିବ ।

ତେବେ ରିସର୍ଚ୍ଚରୁ ଏହା ଜଣା ପଡିଛି ଯେ ପ୍ରତ୍ୟେକ ଦିନ ନ ଗାଧୋଇବା ଦ୍ୱାରା ଆପଣ କିଛି ସାଇଡ୍ ଇଫେକ୍ଟରୁ ନିଜକୁ ରକ୍ଷା କରି ପାରିବେ । ତେଣୁ ଶୀତ ଋତୁରେ ପ୍ରତ୍ୟେକ ଦିନ ଗାଧୋଇବା ଉଚିତ୍ ନୁହେଁ । ଆପଣ ଦିନେ ଛଡା ଦିନେ ଗାଧୋଇ ପାରିବେ । ଫଳରେ ଏହା ।ପଣଙ୍କ ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିସହିତ ଅଧିକ ଗରମ ପାଣି କିମ୍ବା ଅଧିକ ଥଣ୍ଡା ପାଣି ଶରୀର ପାଇଁ କ୍ଷତି କାରକ ହୋଇଥାଏ । ଫଳରେ ଶୀତ ଦିନେ ଗାଧୋଇବା ସମୟରେ ପାଣିର ତାପମାତ୍ରାକୁ ନିୟନ୍ତ୍ରଣ କରି ଗାଧୋଇବା ଉଚିତ୍ । ତେବେ ଶିତ ଦିନେ ପ୍ରତ୍ୟେକ ଆମ ଶରୀରରେ କିରାଟିନ୍ ସ୍କିନ କୋଷ ରହିଥାଏ । ଯାହାକି ପ୍ରତ୍ୟେକ ଦିନ ଗାଧୋଇବା ଦ୍ୱାରା ନଷ୍ଟ ହୋଇଥାଏ । ଯେଉଁମାନେ ପ୍ରତ୍ୟେକ ଦିନ ନ ଗାଧୋଇଥାନ୍ତି ସେମାନଙ୍କ ଶରୀରରେ ଏହି କୋଷ ଗୁଡୁକ ସୁରକ୍ଷିତ ରହିଥାଏ । ଫଳରେ ଆମ ସ୍କିନ ମଧ୍ୟ ଭଲ ରୁହେ ।

ସେହିପରି ପ୍ରତ୍ୟେକ ଦିନ ନ ଗାଧୋଇଲେ ଆମ ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ । କାରଣ ସବୁଦିନ ଗାଧୋଇବା ଦ୍ୱାରା ଆମ ତ୍ୱଚା ଏବଂ ଶରୀର ଶୁସ୍କ ହୋଇଯାଏ । ଫଳରେ ଶୀତଦିନେ ମୁହଁ ଏବଂ ହାତ ଗୋଡ ଶୁସ୍କ ହୋଇଯାଏ । ତେଣୁ ଶୀତଦିନେ ପ୍ରତ୍ୟୋକ ଦିନ ଗାଧୋଇବା ଉଚିତ୍ ନୁହେଁ । ଏତତ୍ ବ୍ୟତୀତ ସୁସ୍ଥ ତ୍ୱଚା ପାଇଁ ଶରୀରରେ ତେଲ ସ୍ତର ଏବଂ ଭଲ ଜୀବାଣୁ ମଧ୍ୟରେ ସନ୍ତୁଳନ ରହିବା ନିତ୍ୟାନ୍ତ ଆବଶ୍ୟକ । ତେଣୁ ପ୍ରତ୍ୟେକ ଦିନ ନ ଗାଧଓଇବା ଦ୍ୱାରା ଏହି ସନ୍ତୁଳନ ଅବସ୍ଥାରେ ରହିଥାଏ । ଯାହାକି ଅଧ୍ୟୟନରୁ ଜଣା ପଡିଛି । ତେବେ ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦିନ ଗାଧୋଇବା ଦ୍ୱାରା ଆମ ଶରୀରରେ ଥିବା ରୋଗପ୍ରତିରୋଧ ଶକ୍ତି ହ୍ରାସ ପାଇଥାଏ । ତେଣୁ ବିଶେଷଜ୍ଞମାନଙ୍କ ମତରେ ଶୀତ ପ୍ରତ୍ୟେକ ଦନ ଗାଧୋଇବା ଉଚିତ୍ ନୁହେଁ ।

Get real time updates directly on you device, subscribe now.