fbpx

ଇନଭେଷ୍ଟମେଣ୍ଟ ଫିଲ୍ଡରେ ସଚିନଙ୍କ ଜୋରଦାର ବ୍ୟାଟିଂ: ୫ କୋଟି ନିବେଶ କଲେ, ୩୧ କୋଟି ପ୍ରଫିଟ୍ ପାଇଲେ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ କିଏ ବା ନ ଜାଣିଛି । କ୍ରିକେଟ ଇତିହାସର ଅନେକ ରେକର୍ଡ ଆଜି ବି ସଚିନଙ୍କ ନାମରେ ରହିଛି । ଦୀର୍ଘ ଏକ ଦଶନ୍ଧି ତଳେ ସଚିନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ସାରିଥିଲେ ବି ଏବେ ବି ତାଙ୍କର ବ୍ୟାଟିଂର କମାଲ ଦେଖିବାକୁ ମିଳିଛି । ତେବେ କ୍ରିକେଟ ଫିଲ୍ଡରେ ନୁହେଁ, ଇନଭେଷ୍ଟମେଣ୍ଟ ଫିଲ୍ଡରେ ସଚିନଙ୍କ କମାଲ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଶେୟାର ମାର୍କେଟରେ ନିବେଶ କରି ସଚିନ ମାଲାମାଲା ହୋଇଯାଇଛନ୍ତି । ସେ ମାତ୍ର ୫ କୋଟି ଟଙ୍କା ନିବେଶ କରି ୩୧ କୋଟି ଟଙ୍କା ପ୍ରଫିଟ୍ ପାଇଛନ୍ତି । କ୍ରିକେଟ ଫିଲ୍ଡ ପରି ନିବେଶ ଫିଲ୍ଡରେ ମଧ୍ୟ ସଚିନ ବେଶ୍ ମାହିର ବୋଲି ତାଙ୍କର ଅନେକ ପ୍ରଶଂସକ ଆଲୋଚନା କରୁଛନ୍ତି । କମ୍ପାନୀର ଶେୟାର ଲିଷ୍ଟ ହେବା ପରେ ଏହି ମହାନ୍ କ୍ରିକେଟର ୩୧ କୋଟିର ରୋଜଗାର କରିପାରିଛନ୍ତି ।

ସଚିନ ନିବେଶ କରିଥିବା ଆଜାଦ ଇଞ୍ଜିନିୟରିଂ କମ୍ପାନୀର ଆଇପିଓ ଡିସେମ୍ବର ୨୮ ତାରିଖରେ ଶେୟାର ମାର୍କେଟରେ ପ୍ରବେଶ କରିଥିଲା । ତେବେ ଆଇପିଓ ଲିଷ୍ଟ ହେବା ପରେ ପରେ ଏହି କମ୍ପାନୀ ତା’ର ନିବେଶକଙ୍କୁ ୩୭ ପ୍ରତିଶତ ହିସାବରେ ଏକ ଶାନଦାର ରିଟର୍ଣ୍ଣ ଦେଇଥିଲା । କମ୍ପାନୀର ଶେୟାରରେ ଜୋରଦାର ବୃଦ୍ଧି ଘଟିବା ଫଳରେ ତା’ର ଉଚ୍ଚ ଫାଇଦା ସଚିନ ପାଇଥିଲେ । ମାତ୍ର କିଛି ଦିନ ମଧ୍ୟରେ ସଚିନ କୋଟି କୋଟି ଟଙ୍କା ଅର୍ଜନ କରିପାରିଥିଲେ । କେବଳ ସେତିକି ନୁହେଁ ଆଜି ମଧ୍ୟରେ କମ୍ପାନୀର ଶେୟାରରେ ୨ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ୯ ମାସ ପୂର୍ବରୁ ସଚିନ ୩,୪୨୫ ଟଙ୍କା ପ୍ରତି ଶେୟାର ହିସାବରେ ୫ କୋଟି ନିବେଶ କରିଥିଲେ । ତେବେ ଏହି ଶେୟାରରୁ ସଚିନ ୨୬ କୋଟି ଟଙ୍କା ଆୟ କରିପାରିଛନ୍ତି ।

Get real time updates directly on you device, subscribe now.