fbpx

ଦଳରେ ଯୋଗ ଦେବା ପାଇଁ ମୋଦୀଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଏମିତି ଜବାବ ଦେଲେ ମୋଦୀ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ଗ୍ଲାସଗୋରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ । ଉଭୟ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା । ଉଭୟ ନେତାଙ୍କ ପ୍ରଥମ ସାକ୍ଷାତକାର ବେଶ ହାସ୍ୟରୋଳ ମଧ୍ୟ ସୃଷ୍ଟି କରିଥିଲା । ବେନେଟ୍ଟ ମୋଦୀଙ୍କୁ ବେଶ ପ୍ରଶଂସା କରିବା ସହିତ ତାଙ୍କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ମୋଦୀ କହିଥିଲେ ଧନ୍ୟବାଦ । ଏହାପରେ ବେନେଟ୍ଟ କହିଥିଲେ ଆପଣ ମୋ ଦଳରେ ଯୋଗ ଦିଅନ୍ତୁ । ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଏହି ମଜାଳିଆ ମନ୍ତବ୍ୟକୁ ନେଇ ମୋଦୀ ମଧ୍ୟ ହସି ପକାଇଥିଲେ ।

ପରିବେଶ ପରିବର୍ତ୍ତନକୁ ନେଇ ଅନୁଷ୍ଠିତ ଏହି ବୈଠକରେ ଉଭୟ ନେତା ଢେର କିଛି ସମୟ ପରସ୍ପର ସହିତ ଆଲୋଚନାରେ ବିତାଇଥିଲେ । ଭାରତ ବାସୀ ଇସ୍ରାଏଲ ସହିତ ସେମାନଙ୍କ ବନ୍ଧୁତ୍ୱକୁ ବେଶ ସମ୍ମାନ ପ୍ରଦାନ କରନ୍ତି ବୋଲି ବେନେଟ୍ଟ କହିଥିଲେ । ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ସହିତ ବନ୍ଧୁତ୍ୱ ଏବଂ ଗ୍ଲାସଗୋର ପରିବେଶ ସମ୍ମିଳନୀ ସଫଳ ହୋଇଥିବା ନେଇ ମୋଦୀ ଟ୍ୱିଟ୍ କରିଥିଲେ । ଭାରତ ଏବଂ ଇସ୍ରାଏଲର ଏହି ସମ୍ପର୍କ ହୃଦୟରୁ ଆସିଥାଏ । ଏହି ବନ୍ଧୁତାକୁ ଏକ ନୂତନ ସ୍ତରକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ ବେନେଟ୍ଟ । ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବର୍ଦ୍ଧିତ ସମ୍ପର୍କର ଶ୍ରେୟ ମୋଦୀଙ୍କୁ ପ୍ରଦାନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ବେନେଟ୍ଟ । ଉଭୟ ରାଷ୍ଟ୍ରର ଏହି ସମ୍ପର୍କ ସ୍ୱାର୍ଥର ନୁହେଁ ବରଂ ହୃଦୟର ସମ୍ପର୍କ ବୋଲି ବେନେଟ୍ଟ କହିଥିଲେ ।

Get real time updates directly on you device, subscribe now.