ISROର ବଡ଼ ସଫଳତା, ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ବାହାରିବ ପତ୍ର

ଖୁବଶୀଘ୍ର ମହାକାଶରେ ହେବ ଝୁଡ଼ଙ୍ଗ ଚାଷ..

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO ଏକ ବଡ଼ କମାଲ କରିଛି। ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି। ଏଥିରୁ ଖୁବଶୀଘ୍ର ପତ୍ର ବାହାରିବ ବୋଲି ବୈଜ୍ଞାନିକମାନଙ୍କର ବିଶ୍ୱାସ ରହିଛି। ଇସ୍ରୋ ମହାକାଶରେ ଚାରା ବଢାଇବା ଅଧ୍ୟୟନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ପ୍ରୟାସରେ ବୈଜ୍ଞାନିକଙ୍କୁ ଏହା ଅନେକ ସାହାଯ୍ୟ କରିବ।

୩୦ ଡିସେମ୍ବରରେ ମହାକାଶକୁ ପଠାଯାଇଥିଲା ମଞ୍ଜି: ISRO ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଟ୍ୱିଟ କରି ଏହି ବିଷୟରେ ସୂଚନା ଜାରି କରିଛି। ସେଥିରେ ଲେଖାଯାଇଛି ଯେ, ସ୍ପେସରେ ଜୀବନର ଆରମ୍ଭ! VSSC ର CROPS ପ୍ରୟୋଗ PSLV-C60 POEM-4 ଉପରେ ସଫଳତା ପାଇଛି। ଚାରି ଦିନରେ ଝୁଡ଼ଙ୍ଗର ମଞ୍ଜିରେ ହୋଇଥିବା ଗଜା, ଖୁବଶୀଘ୍ର ପତ୍ର ଧରିବାର ଆଶା ରହିଛି। ଏହି ଝୁଡ଼ଙ୍ଗର ମଞ୍ଜିକୁ ସ୍ପେଡ ଏକ୍ସ ମିଶନ ସହ ୩୦ ଡିସେମ୍ବରରେ PSLV C 60 ରକେଟରେ ପଠାଯାଇଥିଲା।

୮ଟି ମଞ୍ଜିକୁ କରାଯାଇଛି ଗଜା: ଏହି ପ୍ରୟାସରେ ଝୁଡ଼ଙ୍ଗର ୮ଟି ମଞ୍ଜିକୁ ଏକ ନିୟନ୍ତ୍ରିତ ପରିବେଶରେ ଗଜା କରାଯାଇଛି, ଯେଉଁଥିରେ ସକ୍ରିୟ ଥର୍ମଲ ନିୟନ୍ତ୍ରଣ ଅଛି। ଏହା ଦ୍ୱାରାସେହି ପରିସ୍ଥିତିକୁ ଅନୁସରଣ କରବାରର ପ୍ରୟାସ କରାଯାଇଛି, ଯେଉଁଥିରେ ଗଛ ମହାକାଶ ଯାତ୍ରା ସମୟରେ ଯାଇପାରିବ। ଏହି ଉପଲବ୍ଧି ଭାରତର ମହାକାଶ ଜୀବବିଜ୍ଞାନ ଅନୁସାରେ, ଏକ ବହୁତ ବଡ଼ ସଫଳତା। ମହାକାଶରେ ମଞ୍ଜି ଗଜା ହେବା ଭାରତର ଯୋଗ୍ୟତାକୁ ପ୍ରତିଫଳିତ କରୁଛି।