fbpx

ISRO ହାସଲ କଲା ଐତିହାସିକ ସଫଳତା: ଲଞ୍ଚ ହେଲା SSLV-D3, ଦେଶକୁ ମିଳିଲା ନୂଆ ଅପରେସନାଲ ରକେଟ୍

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଭାରତ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଐତିହାସିକ ସଫଳତା ହାସଲ କରିଛି । ଆଜି ସକାଳ ୯.୧୭ ସମରେ ଶ୍ରୀହରୀକୋଟାର ସତୀଶ ଧବନ ସ୍ପେସ ସେଣ୍ଟରରୁ ଏସଏସଏଲଭି-ଡି୩ ରକେଟ ସଫଳତାର ସହ ଲଞ୍ଚିଂ କରାଯାଇଛି । ଏହି ରକେଟ ଭିତରେ ନୂଆ ୟାର୍ଥ ଅବଜରଭେସନ ସାଟେଲାଇଯ ଇଓଏସ-୮ ଲଞ୍ଚ କରାଯାଇଛି । ଏଥିସହିତ ଏକ ଛୋଟା ସାଟେଲାଇଟ ଏସଆର-୦ ଡେମୋସାଟ ମଧ୍ୟ ପାସେଞ୍ଜର ସାଟେଲାଇଟ ପରି ପଠାଯାଇଛି । ଏହି ଦୁଇ ସାଟେଲାଇଟ୍ସ ଧରିତ୍ରୀରୁ ୪୭୫ କିମିର ଉଚ୍ଚତାରେ ଏକ ଗୋଲାକାର ଅର୍ବିଟରେ ଚକ୍କର ଲଗାଇବେ ।

ସ୍ମଲ ସାଟେଲାଇଟ ଲଞ୍ଚ ଭେହିକିଲ (ଏସଏସଏଲଭି) ଓ ୃତୀୟ ଡେମନଷ୍ଟ୍ରେସନ ପ୍ଲାଇଟ (ଡି୩)କୁ ମିନୀ, ମାଇକ୍ରୋ ଓ ନାନା ସାଟେଲାଇଟସର ଲଞ୍ଚିଂ ପାଇଁ ବ୍ୟବହାର କରାଯିବ । ଏହାକୁ ଧରିତ୍ରୀର ତଳ କକ୍ଷରେ ୫୦୦ କେଜି ପର୍ଯ୍ୟନ୍ତ ସାଟେଲାଇଟ୍ସକୁ ୫୦୦ କିମି ତଳୁ କିମ୍ବା ୩୦୦ କେଜିର ସାଟେଲାଇଟ୍ସକୁ ସନ ସିକ୍ରୋନସ ଅର୍ବିଟରେ ପଠାଇ ହେବ । ଏହି ଅର୍ବିଟର ଉଚ୍ଚତା ୫୦୦ କିମି ଉପରେ ହୋଇଥାଏ । ଏହି ଲଞ୍ଚିରେ ଏହା ୪୭୫ କମିର ଉଚ୍ଚତା ପର୍ଯ୍ୟନ୍ତ ଯିବ । ସେଠାକୁ ଯାଇ ଏହା ସାଟେଲାଇଟକୁ ଛାଡ଼ିଦେବ ।

ୟାର୍ଥ ଅବଜରଭେସନ ସାଟେଲାଇଟ ବା ଇଓଏସ-୮ ପରିବେଶର ମନିଟରିଂ, ପ୍ରାକୃତିକ ବିପର୍ଯ୍ୟୟ ଓ ଟେକନିକ ଡେମନଷ୍ଟ୍ରେସନର କାମ କରିବ । ୧୭୫.୫ କେଜି ଓଜନର ଏହି ସାଟେଲାଇଟ ୩ ଷ୍ଟେଟ-ଅଫ-ଦି-ଆର୍ଟ ପେଲୋଡ ଅଟେ । ସେଗୁଡ଼ିକ ହେଉଛି ଇଲେକ୍ଟ୍ରୋ ଅପ୍ଲିକଲ ଇନଫ୍ରାରେଡ ପେଲୋଡ (ଇଓଆଇଆର), ଗ୍ଲୋବାଲ ନେଭିଗେସନ ସାଟେଲାଇଟ ସିଷ୍ଟମ ରିଫ୍ଲେକ୍ଟୋମେଟ୍ରି ପେଲୋଡ (ଜିଏନଏସଏସ-ଆର) ଓ ସିକ ୟୁଭି ଡୋଜିମିଟର । ସେଥିରେ ଇଓଆରଆର ଦିନ-ରାତିରେ ମିଡ ଓ ଲଙ୍ଗ ୱେଭର ଇନଫ୍ରାରେଡ ଫଟୋ ଉତ୍ତୋଳନ କରିବ ।

Get real time updates directly on you device, subscribe now.