fbpx
BSKY
BJD YOUTH SKY
BJD MS SKY

ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ବନ୍ଦ ହେବନି ଆପଣଙ୍କ ଜରୁରୀ କାମ, ଜାଣିନିଅନ୍ତୁ ନିୟମ

ନୂଆଦିଲ୍ଲୀ; ଲୋକସଭା ନିର୍ବାଚନ୨୦୨୪ ଲାଗି ତାରିଖ ଘୋଷଣା ହେବା ମାତ୍ରେ ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବା ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଯାଇଛି । ଏହା ଜରିଆରେ ସାରା ଦେଶରେ ଅଭିଯାନ ମାଧ୍ୟମରେ ରାଜନୈତିକ ଦଳଙ୍କ ହୋର୍ଡିଂ, ବ୍ୟାନର, ପୋଷ୍ଟର କାଢି ଦିଆଯିବ । ଏହା ସହିତ ସରକାରୀ ଯୋଜନାର ହୋର୍ଡିଂ ବି କାଢି ଦିଆଯିବ । ଆଚାର ସଂହିତାର ଉଲଙ୍ଘନ ବିଷୟରେ ସୂଚନା ସିଧା ନିର୍ବାଚନ କମିଶନଙ୍କୁ ଦିଆଯିବ । କମିଶନ ଦ୍ରୁତ ଗତିରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବେ । ତେବେ ଏହି ଆଚାର ସଂହିତା ବିଷୟରେ ଲୋକଙ୍କ ମଧ୍ୟରେ କମ୍ ଜ୍ଞାନ ଥିବା ବେଳେ ଏହାର ଫାଇଦା ଉଠାଇ ସରକାରୀ ଅଧିକାରୀ କାମ କରିବାକୁ ମନା କରି ଦେଇଥାନ୍ତି । ତେଣୁ ଆପଣ ଜାଣିିବା ଉଚିତ ଯେ ଏଥିପାଇଁ କ’ଣ ନିୟମ ରହିଛି ।
କେବଳ ରାଜନୈତିକ ଦଳ କିମ୍ବା ନେତା ନୁହଁନ୍ତି, ଯଦି ଜଣେ ସାଧାରଣ ଲୋକ ମଧ୍ୟ ଆଚରଣ ବିଧି ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ। ତଥାପି, ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମୟ ମଧ୍ୟରେ ସମସ୍ତ ସରକାରୀ କାମ ବନ୍ଦ ହୁଏ ନାହିଁ । ତେଣୁ, ଯଦି ଜଣେ ସରକାରୀ ଅଧିକାରୀ ତୁମର କାମ କରିବାକୁ ମନା କରନ୍ତି, ତେବେ ଆପଣ ଜାଣିିବା ଉଚିତ ଯେ ଏଥିପାଇଁ କ’ଣ ନିୟମ ରହିଛି । ଆପଣଙ୍କ ଜୀବନ ସହ ଜଡିତ ଜରୁରୀ କାମ ଆଚାର ସଂହିତା ଲାଗୁ ହେବା ପରେ ବି କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ ।
କେଉଁ କାମ ହେବନି ବନ୍ଦ:
ଆଚାର ସଂହିତା ଲାଗୁ ହେବା ପରେ ବି ଆପଣ ନିଜ ପେନସନ କାମ କରିବା ପାଇଁ ସରକାରୀ କାର୍ଯ୍ୟାଳୟ ଯାଇପାରିବେ । କୌଣସି ଅଧିକାରୀ ଏହି କାମ କରିବାକୁ ମନା କରିପାରିବେ ନାହିଁ । ସେହିପରି ଆଧାର କାର୍ଡ, ଜାତି ପ୍ରମାଣପତ୍ର ତିଆରି କାମ ମଧ୍ୟ ଜାରି ରହିବ । ବିଜୁଳି, ପାଣି, ସ୍ୱଚ୍ଛତା ସହ ଜଡିତ ସମସ୍ତ କାମ ଜାରି ରହିବ । ସେହିପରି ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ନେଇପାରିବେ । ପ୍ରଶାସନ ସଡକ ମରାମତି କାମ ବନ୍ଦ କରିବେ ନାହିଁ । ଏହା ବ୍ୟତିତ ଚାଲୁ ରହିଥିବା କୌଣସି ଯୋଜନା ବି ବନ୍ଦ ହେବ ନାହିଁ ।

Get real time updates directly on you device, subscribe now.