fbpx

୬୯ ମାସରେ ଭାରତ ପାଇଁ ବିପଦ ହୋଇଥିବା ୩୬,୮୩୮ URL ବ୍ଲକ କଲା IT ମନ୍ତ୍ରଣାଳୟ: ଲିଷ୍ଟରେ ଟ୍ୱିଟର ନମ୍ବର 1

ନୂଆଦିଲ୍ଲୀ: ଜାନୁଆରୀ ୨୦୧୮ ରୁ ଅକ୍ଟୋବର ୨୦୨୩ ମଧ୍ୟରେ ଆଇଟି ମନ୍ତ୍ରଣାଳୟ ୬୯ଏ ଅଧୀନରେ ୩୬,୮୩୮ ୟୁଆରଏଲ(ୟୁନିଫର୍ମ ରିସୋର୍ସ ଲୋକେଟର) କୁ ବ୍ଲକ୍ କରିଛି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁକ୍ରବାର (ଡିସେମ୍ବର ୮) ସଂସଦରେ ସିପିଆଇ (ଏମ୍) ସାଂସଦ ଜନ୍ ବ୍ରିଟାସଙ୍କ ପ୍ରଶ୍ନ ପରେ ଏହି ଲିଖିତ ସୂଚନା ଦେଇଛନ୍ତି । ଏହି ୬୯ ମାସରେ ଏକ୍ସ’ର ସର୍ବାଧିକ ସଂଖ୍ୟକ ୟୁଆରଏଲ (ପୂର୍ବରୁ ଟ୍ୱିଟର) ବ୍ଲକ୍ କରାଯାଇଥିଲା ।

୨୦୨୦ ରେ ଅଧିକାଂଶ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଥିଲା :-

ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ୨୦୧୮ ରେ ୨୭୯୯ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଛି । ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ୭୫୦୨ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଥିଲା ଏବଂ ୨୦୨୦ ରେ ସର୍ବାଧିକ ୯୮୪୯ ୟୁଆରଏଲ ଗୁଡିକ ବ୍ଲକ୍ କରାଯାଇଥିଲା ।

ଆଇଟି ବିଭାଗର ଧାରା ୬୯ଏ ଅନୁଯାୟୀ, ଆଇଟି ସଚିବଙ୍କ ସୁପାରିଶ କ୍ରମେ ଯେକୌଣସି ମଧ୍ୟସ୍ଥି ଏଜେନ୍ସିକୁ ୬ଟି କାରଣ ପାଇଁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଜାରି କରାଯାଇପାରିବ । ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ପ୍ରତି ବିପଦ, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା, ବିଦେଶୀ ଦେଶ ସହ ବନ୍ଧୁତା, କୌସି ଜଣାଶୁଣା ଅପରାଧ ଘଟାଇବା ପାଇଁ ଉସକାଇବାକୁ ରୋକିବା ପାଇଁ ଏହି ପରିପ୍ରେକ୍ଷୀରେ ୟୁଆରଏଲ ବ୍ଲକ୍ କରାଯାଏ ।

Get real time updates directly on you device, subscribe now.