ଠକ ହଂସିତାଙ୍କ ଘରେ IT ରେଡ୍, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ
IT ଜାଲରେ ହଂସିକା; ଅଫିସରେ ରେଡ୍, ଆକାଉଣ୍ଟ ଟ୍ରାନଜାକ୍ସନର ଚାଲିଛି ଖୋଳତାଡ଼
ଭୁବନେଶ୍ୱର: ଆୟକର ବିଭାଗ ଜାଲରେ ଛନ୍ଦି ହେଲେ ଠକ ହଂସିତା ଅଭିଲିପ୍ସା ।
ହଂସିତାଙ୍କ ଘରେ IT ରେଡ୍ । ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ଏକକାଳୀନ ୧୨ଟି ସ୍ଥାନରେ ରେଡ୍ ଜାରି ରଖିଛି ଆୟକର ବିଭାଗ ।
ଅନିଲ ଓ ହଂସିତାଙ୍କ ଘର ଓ ଅଫିସରେ ଜାରି ରହିଛି ଚଢ଼ାଉ । ଆକାଉଣ୍ଟ ଟ୍ରାନଜାକ୍ସନର ଖୋଳତାଡ଼ ଚାଲିଛି ।
ପାଖରେ ଥିଲା ଦାମୀ ଗାଡ଼ି: ବିନା ଋଣରେ ନଗଦ ଟଙ୍କା ଦେଇ ହଂସିତା ଦାମୀ ଗାଡ଼ି କିଣିବା ନେଇ ବିବାଦରେ ଥିଲେ ।
ଏନେଇ ଆୟକର ବିଭାଗକୁ ପ୍ରମାଣ ମିଳିଛି । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ହଂସିତା ଓ ଅନିଲ ।