ଭୋପାଲ: ମଧ୍ୟପ୍ରଦେଶ ଭୋପାଲରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଭୋପାଲ ନିକଟସ୍ଥ ଏକ ଜଙ୍ଗରେ ଥିବା ଅଜଣା ଗାଡ଼ି ଭିତରୁ ବିଡ଼ା ବିଡ଼ା ନୋଟ୍ ବିଡ଼ା ସହ ସୁନା ଜବତ କରିଛି ବିଭାଗ । ଏତେ ବଡ଼ ଧରଣର ଆୟକର ଚଢ଼ାଉ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାରୁ ପ୍ରକାଶ ଏହି ଚଢ଼ାଉ ଟିମରେ ଆୟକର ବିଭାଗ ସହ ୧୦୦ ଜଣ ପୋଲିସ କର୍ମୀ ସାମିଲ ଥିଲେ । ଜଙ୍ଗଲରେ ଅଜଣା କାର ଭିତରୁ ୧୦ କୋଟି ଟଙ୍କା ନଗଦ ସହ ୫୨ କିଲୋ ସୁନା ଜବତ କରାଯାଇଥିଲା । ଏହି କାରର ନମ୍ବର ପ୍ଲେଟରେ ଆରଟିଓ ଟ୍ୟାଗ୍ ଲାଗିଥିଲା । ଜଙ୍ଗଲ ଭିତରେ ଥିବା ଏହି କାର କାହାର ? କାର ଭିତରୁ ଏତେ କୋଟି ଟଙ୍କା ଆସିଲା କେଉଁଠୁ ? ଏତେ କଳାଧନର ମାଲିକ କିଏ ? ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି । ଏହି ମାମଲାରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ନେଇ ଆୟକର ଅଧିକାରୀ ସନ୍ଦେହ କରୁଛନ୍ତି ।
#WATCH | Madhya Pradesh | Visual of the car from which the Bhopal Police and Income Tax seized 52 kg of gold and bundles of money
The car was found abandoned in the jungle of Mendori in the Ratibad area. Police and Income Tax are trying to find out who left the money and gold… https://t.co/ZgT17Ubcce pic.twitter.com/fqhhzMSJMJ
— ANI (@ANI) December 20, 2024