fbpx

ଏଠି ବିଶ୍ୱର ସର୍ବାଧିକ ବର୍ଷା ହୁଏ, ସବୁବେଳେ ଆକାଶରୁ ବର୍ଷା ପଡେ , କେମିତି ରୁହନ୍ତି ଏଠାକାର ଲୋକେ….

ଓଡିଶା ଭାସ୍କର : ଲଭ ଓ ରୋମାନ୍ସର ଋତୁ ଅଟେ ବର୍ଷା । ସାହିତ୍ୟପ୍ରେମୀ ମଧ୍ୟ ପାଗଳ ହୋଇ ଉଠନ୍ତି ବର୍ଷାକୁ ଦେଖି । ବର୍ଷାକୁ ଦେଖି ସେମାନେ ବି ରଚନା କରନ୍ତି ଅନେକ କାଳଜୟୀ ସୃଷ୍ଟି । ତେବେ ‘ଜଳ ବହୁଳ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ’ ରୀତିରେ ଅଧିକ ବର୍ଷା ବି କାଳ ସାଜିପାରେ । ଭାବନ୍ତୁ ତ ଏମିତି ଏକ ଜାଗା ଯଦି ଥିବ ଓ ସର୍ବଦା ସେଠାରେ ବର୍ଷା ହେଉଥିବେ । ଭାବୁଥିବେ ଏହା କେମିତି ସମ୍ଭବ । କିନ୍ତୁ, ବାସ୍ତବରେ ବିଶ୍ୱରେ ଏମିତି ଏକ ଜାଗା ଅଛି । ତାହା ପୁଣି ଆମ ଶସ୍ୟଶ୍ୟାମଳା ଭାରତରେ ହିଁ ।

ଭାରତରେ ଥିବା ଏହି ସ୍ଥାନରେ ବିଶ୍ୱର ସବୁଠୁ ବେଶୀ ବର୍ଷା ହୁଏ । ସେଥିପାଇଁ ଏହି ସ୍ଥାନ ନିଜ ନାଁରେ ରେକର୍ଡର ଅଧିକାରୀ ମଧ୍ୟ ଅଟେ । ଆପଣ ଭାବୁଥିବେ ଏହି ଜାଗାର ନାଁ ଚେରାପୁଞ୍ଜି । ମାତ୍ର ନା, ଏହାର ନା ଅଟେ ମାସିନରାମ । ଏହି ଗାଁ ମେଘାଳୟରେ ରହିଛି । ମାସିନରାମରେ ଚେରାପୁଞ୍ଜିଠୁ ୧୦୦ ମିଲିମିଟର ଅଧିକ ବର୍ଷା ହୋଇଥାଏ । ଏହାର ନାଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ମାସିନରାମର ଭୌଗୌଳିକ ଅବସ୍ଥିତି ଯୋଗୁଁ ହିଁ ଏଠାରେ ବିଶ୍ୱର ସର୍ବାଧିକ ବର୍ଷା ହୋଇଥାଏ ।

ଏହି ଗାଁ ଭାରତର ଉତ୍ତର ପୂର୍ବ ରାଜ୍ୟ ମେଘାଳୟଠୁ ୬୦ କିଲୋମିଟର ଦୂରରେ ଅବସ୍ଥିତ । ପ୍ରତିବର୍ଷ ମାସିନରାମରେ ପ୍ରାୟ ୧୧୮୭୧ ମିଲିଲିଟର ବର୍ଷା ହୁଏ । ଏଠାରେ ହେଉଥିବା ବର୍ଷାର ପ୍ରାୟ ୯୦ ପ୍ରତିଶତ କେବଳ ୬ ମାସ ମଧ୍ୟରେ ହୋଇଥାଏ । ଜୁଲାଇ ମାସରେ ଏହି ସ୍ଥାନରେ ବେଶୀ ବର୍ଷା ହୁଏ । ସଂଯୋଗବଶତଃ ପୃଥିବୀର ବେଶୀ ବର୍ଷା ହେଉଥିବା ଉଭୟ ସ୍ଥାନ ମେଘାଳୟରେ ହିଁ ରହିଛି । ଚେରାପୁଞ୍ଜିଠୁ ମାତ୍ର ୧୦ ମାଇଲ ଦୂରରେ ରହିଛି ବିଶ୍ୱର ସର୍ବାଧିକ ବର୍ଷା ହେଉଥିବା ମାସିନରାମ ।

Get real time updates directly on you device, subscribe now.