fbpx

ମନାଲୀରେ ଆରମ୍ଭ ହେଲା ତୁଷାରପାତ; ରାସ୍ତାରେ ଫସିଲା ୩୦୦ ଗାଡ଼ି; ସତର୍କ କରାଇଲା ପ୍ରଶାସନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପାଣିପାଗର ପରିବର୍ତ୍ତନ ଏବଂ ତୁଷାରପାତ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗୁରୁବାର ଠାରୁ ମନାଲିର ଉପର ଅଞ୍ଚଳରେ ଏବଂ ଅଟଳ ଟନେଲର ଉଚ୍ଚ ଶିଖରରେ ତୁଷାରପାତ ଜାରି ରହିଛି । ତୁଷାରପାତ ଯୋଗୁଁ ମନାଲିର ଉପର ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଯାଇଛି । ତୁଷାରପାତକୁ ଦୃଷ୍ଟିରେ ରଖି ପ୍ରଶାସନ ଏକ ସତର୍କ ସୂଚନା ଜାରି କରିବା ସହିତ ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ ଉଚ୍ଚ ଉଚ୍ଚ ସ୍ଥାନକୁ ନ ଯିବାକୁ ନିବେଦନ କରିଛି ।

ଆରମ୍ଭ ହୋଇଥିବା ତୁଷାରପାତ ଯୋଗୁଁ ଗୁରୁବାର ବିଳମ୍ବିତ ରାତିରେ ୩୦୦ ରୁ ଅଧିକ ଗାଡ଼ି ଅଟଳ ଟନେଲ ନିକଟରେ ଫସିି ରହିଥିଲା । ମାଇନସ୍ ତାପମାତ୍ରା ଏବଂ ଲଗାତାର ତୁଷାରପାତ ସତ୍ତେ୍ୱ ମନାଲି ପୋଲିସ ଲୋକମାନଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା ।

ପାଣିପାଗ ବିଭାଗର ଚେତାବନୀ ପରେ ମନାଲି ଜିଲ୍ଲା ପ୍ରଶାସନ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ତୁଷାରପାତ ସମୟରେ ଉଚ୍ଚ ଉଚ୍ଚ ସ୍ଥାନକୁ ନ ଯିବାକୁ ନିବେଦନ କରିଛି । ମନାଲି, ରୋହଟାଙ୍ଗ ପାସ୍ ଏବଂ ଅଟଳ ଟନେଲ ପରିସରରେ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି ।

Get real time updates directly on you device, subscribe now.