fbpx

(Video) ୧୫ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଆଇଟିବିପି ଯବାନ, ସାରା ବିଶ୍ଵ ଦେଖିଲା ହୀମବୀରଙ୍କ ଶୌର୍ଯ୍ୟ

ଦେଶ ଆଜି ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଆଜିର ଦିନରେ ଦେଶର ସବୁ ପ୍ରାନ୍ତରୁ ଭାରତୀୟ ସେନା ଯବାନମାନଙ୍କ ସାହସ ପ୍ରଦର୍ଶନ କରୁଥିବାବେଳେ ପୁଣି ଯବାନମାନଙ୍କ ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଲଦାଖର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ ତଥା (ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଲଦାଖର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଯବାନମାନେ ସମୁଦ୍ର ପତ୍ତନଠାରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଉତ୍ତରାଖଣ୍ଡରେ ୧୪ ହଜାର ପୁଟ ଉଚ୍ଚରେ ମାଇନସ୍ ୩୦ ଡିଗ୍ରୀ ତାପମାତ୍ରାରେ ଆଇଟିବିପି ଯବାନ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ତଦ୍ ବ୍ୟତୀତ ହିମାଚଳ ପ୍ରଦେଶରେ ମଧ୍ୟ ଆଇଟିବିପି ଯବାନମାନେ ୧୬ ହଜାର ଫୁଟ ଉଚ୍ଚରେ ପତାକା ଉତ୍ତୋଳନ କରିଛନ୍ତି। ଦେଖନ୍ତୁ ଭିଡିଓ…

 

 

 

 

Get real time updates directly on you device, subscribe now.