fbpx

ମାଇନସ ତାପମାତ୍ରାରେ କବାଡି ଖେଳିଲେ ଆଇଟିବିପି ଯବାନ, ଭାଇରାଲ ହେଉଛି ଭିଡିଓ…

ଭାରତୀୟ ସେନାର ବୀର ଯବାନଙ୍କ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ ଭିଡିଓରେ ଶତ୍ରୃକୁ ଉଚିତ୍ ଜବାବ ଦେଉଥିବାର ତ’ କେତେବେଳେ ମାଇନସ ତାପମାତ୍ରାରେ ଭାରତ ସୀମାରେ ରକ୍ଷା କରୁଥିବା ଦେଖାଯାଇଛି । ତେବେ ବର୍ତ୍ତମାନ ଭାରତୀୟ ବୀର ଯବାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଇଟିବିପି ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅବଶ୍ୟ ଏହି ଭିଡିଓ ଟିକେ ଅଲଗା  । କାରଣ ଏଥିରେ ଯବାନମାନେ କୌଣସି ଶତ୍ରୁ ସହ ଲଢ଼ୁନାହାନ୍ତି କି’ ସୀମାରେ ନିୟୋଜିତ ନାହାଁନ୍ତି । ଏହା ହେଉଛି ଆଇଟିବିପି ଯବାନଙ୍କ ଅବସର ସମୟରେ ମସ୍ତି କରୁଥିବାର ଭିଡିଓ ।

ଭାରତ ଏବଂ ତିବ୍ଦତ ସୀମାରେ ରବିବାର ଭାରତୀୟ ଯବାନ କିଛି ଭିନ୍ନ ଢ଼ଙ୍ଗରେ ଉପଭୋଗ କରିଛନ୍ତି । ରକ୍ତ ଜମାଇ ଦେଲା ଭଳି ଥଣ୍ଡାରେ କବାଡି ଖେଳୁଥିବା ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭୂମିଠାରୁ ହଜାର ଫୁଟ୍ ଉପରେ ହିମାଳୟର ପାହାଡ଼ରେ ଭାରତ ତିବ୍ଦତ ସୀମା ପୋଲିସ ବଳର ଯବାନଙ୍କ କପାଡି ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଏହା ଉପରେ ପ୍ରତିକ୍ରିୟା ରଖୁଛନ୍ତି । ଭାଇରାଲ ଭିଡିଓରେ ଜୋର ପବନସହ ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଛି । ଭୀଷଣ ଥଣ୍ଡାରେ ବି ଭାରତୀୟ ଯବାନ ଯେଉଁଭଳି ଜୋଶର ସହ ଅଛନ୍ତି ତାହା ପ୍ରଂଶସନୀୟ । ଆଇଟିବିପି ଯବାନଙ୍କ ଏହି ସାହସ ଯୋଗୁଁ ତାଙ୍କ ହିମବୀର ନାମରେ ମଧ୍ୟ କୁହାଯାଏ ।

Get real time updates directly on you device, subscribe now.