କୁଣ୍ଡେଇ ହେଉଥିବା ସ୍ଥାନକୁ କୁଣ୍ଡେଇଦେଲେ ଶାନ୍ତି ମିଳୁଛି? ଜାଣନ୍ତୁ ଏପରି କରିବା ଦ୍ୱାରା କ’ଣ କ୍ଷତି…
ବିଶେଷଜ୍ଞମାନଙ୍କ ଦ୍ୱାରା ବଡ଼ ଖୁଲାସା । ଦେହ କୁଣ୍ଡେଇ ହେଲେ କ’ଣ କରିବା ଉଚିତ୍ ଜାଣନ୍ତୁ ।
ଓଡ଼ିଶା ଭାସ୍କର: ପିଟ୍ସବର୍ଗ ବିଶ୍ୱ ବିଦ୍ୟାଳୟର ବିଶେଷଜ୍ଞମାନେ କୁଣ୍ଡେଇ ହେବାକୁ ନେଇ ବଡ଼ ଖୁଲାସା କରିଛନ୍ତି । କୁଣ୍ଡେଇବା ଦ୍ୱାରା ଶରୀରକୁ କିଛି ସମୟ ପାଇଁ ଉପସମ ମିଳେ କିନ୍ତୁ କୁଣ୍ଡେଇବା ଦ୍ୱାରା ଶରୀରକୁ ଆଘାତପ୍ରାପ୍ତ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ ।
ମୂଷା ଉପରେ କରାଯାଇଥିବା ଅଧ୍ୟୟନ ଅନୁସାରେ, ମୂଷମାନଙ୍କ କାନ କୁଣ୍ଡେଇ ହେଲେ ସେମାନେ କୁଣ୍ଡେଇପାରନ୍ତି ନାହିଁ । ଗବେଷଣା ଅନୁସାରେ ମୂଷାମାନଙ୍କ କାନରେ ହିଁ ସବୁଠାରୁ କମ୍ ଆଘାତ ଲାଗିଛି । ଏହାପଛର କାରଣ କୁଣ୍ଡେଇ ହେଲେ ମଧ୍ୟ ସେମାନେ କୁଣ୍ଡେଇ ନ ପାରିବା ।
ବିଶେଷଜ୍ଞଙ୍କ ମତରେ କୁଣ୍ଡେଇ ହେଉଥିବା ସ୍ଥାନକୁ ଆମେ ଯଦି କୁଣ୍ଡାଉ ନାହୁଁ ତେବେ ଏହା ୧୦ରୁ ୧୫ ମିନିଟ ଭିତରେ କମିଯାଇଥାଏ । କୁଣ୍ଡେଇବା ଦ୍ୱାରା ଉକ୍ତ ସ୍ଥାନରେ ଘା’ ହୋଇଯାଏ, ଯେଉଁ କାରଣରୁ ଖଣ୍ଡିଆଟି ଭଲ ହେବା ପାଇଁ ଅଧିକ ଦିନ ଲାଗିଯାଏ ।
ଲଗାତର କିଛିଦିନ ଧରି ବିଶେଷଜ୍ଞମାନେ କୁଣ୍ଡେଇ ହେବାକୁ ନେଇ ବହୁତଗୁଡ଼ିଏ ଅଧ୍ୟୟନ କରିଛନ୍ତି । ଏହାର ଉପଚାର ବାହାର କରିବା ଦିଗରେ ବିଶେଷଜ୍ଞମାନଙ୍କ ଅଧ୍ୟୟନ ଜାରି ରହିଛି । ସବୁଠାରୁ ବଡ଼ କଥା କୁଣ୍ଡେଇହେବା ସମୟରେ କୁଣ୍ଡେଇଲେ ନିଜକୁ ଭଲଲାଗେ । କିନ୍ତୁ ନ କୁଣ୍ଡେଇଲେ କିଛି ସମୟର ଅସହଜ ଲାଗିବ ହେଲେ ସେ ସ୍ଥାନରେ କୌଣସି ଘା’ ହେବାର ସମ୍ଭାବନା ରହିବ ନାହିଁ ।