fbpx

ହିମାଳୟର ୧୮ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଳନ କଲେ ଯୋଗ ଦିବସ

Advertisement

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ଗାଁରୁ ସହରଠାରୁ ଆରମ୍ଭ କରି ବରଫ ପାହାଡର ଶୀର୍ଷ ପର୍ଯ୍ୟନ୍ତ ସବୁଠି ଲୋକମାନେ ଯୋଗ ମାଧ୍ୟମରେ କିପରି ଉତ୍ତମ ଶରୀର ଏବଂ ସୁସ୍ଥ ଜୀବନଯାପନ କରିପାରିବେ ସେନେଇ ବାର୍ତ୍ତା ଦେଉଛନ୍ତି । ଆଜିର ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହାଦ୍ୱାରା କଣ ସୁଫଳ ମିଳେ ତାମଧ୍ୟ ବର୍ଣ୍ଣନା କରିଛନ୍ତି । ତେବେ ଆଜି ହିମାଳୟର ୧୫ହଜାରରୁ ୧୮ହଜାର ଫୁଟ୍ ଉଚ୍ଚରେ ଯବାନ ମାନେ ଯୋଗ କରୁଥିବା ଦେଖିବାକୁ ମିଳିଥିଲା । ବରଫରେ ପରିପୂର୍ଣ୍ଣ ହୋଇଥିବା ଶୀର୍ଷ ପବର୍ତରେ ଭାରତ-ତିବତ ସୀମା ପୁଲିସ୍ ଯୋଗ କରୁଥିବା ନଜର ଆସିଛନ୍ତି । କୋଭିଡ୍ ମହାମାରୀର ସମସ୍ତ କଟକଣା ପାଳନ କରି ସେମାନେ ଯୋଗ କରୁଛନ୍ତି ।

ସେହିପରି ଗଲୱାନ୍-ଲଦାଖରେ ମଧ୍ୟ ଆଇଟିପିବି ଯବାନ ମାନେ ଯୋଗ ଦିବସରେ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଜୁନ୍ ୨୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ଘୋଷିତ କରାଯାଇଛି । ତେଣୁ ଏହାପରଠାରୁ ଦୁନିଆର କୋଣ ଅନୁକୋଣରୁ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ କରି ଆସୁଛନ୍ତି । ଆଜି ବିଦେଶରେ ଥିବା ଭାରତୀୟ ଦୂତାବାସରେ ବିଶେଷ ଭାବରେ ଯୋଗ ଦିବସ ପାଳନ କରାଯିବାର ଆୟୋଜନ କରାଯାଉଛି । ବର୍ତ୍ତମାନ କୋଭିଡ୍ ମହାମାରୀର ପ୍ରକୋପ ଜାରି ରହିଥିବାରୁ ପ୍ରଧାନମନ୍ତ୍ରୀ ଚଳିତ ଥର ମଧ୍ୟ ଅନଲାଇନ୍ କାର୍ଯ୍ୟକ୍ରମ ଦ୍ୱାରା ଯୋଗ ଦିବସ ପାଳନ କରିଛନ୍ତି ।

Get real time updates directly on you device, subscribe now.