fbpx
BSKY SKY
BSKY SKY

ଭାରତ ମଣ୍ଡପମ୍‌ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ; ଏହାର ପରିସରରେ ଛେପ ପକାଉଥିବା ଉଲ୍ଲଂଘନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା

BSKY

ଓଡିଶା ଭାସ୍କର; ନୂଆଦିଲ୍ଲୀରେ ନିର୍ମିତ ଭାରତ ମଣ୍ଡପମ୍‌ର ମହାନତା ଏବଂ ସୌନ୍ଦର୍ୟ୍ୟକୁ ବଜାୟ ରଖିବା ପାଇଁ ଇଣ୍ଡିଆନ ଟ୍ରେଡ ପ୍ରମୋଶନ ଅର୍ଗାନାଇଜେଶନ(ଆଇଟିପିଓ) ଦ୍ୱାରା କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାର ପରିସର ଭିତରେ ଛେପ ପକାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି ଏହି ନିମୟକୁ କେହି ଉଲ୍ଲଂଘନ କରନ୍ତି ତେବେ ଉଲ୍ଲଂଘନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ଏହା ସହିତ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି।

ତେବେ ମଣ୍ଡପମକୁ ଯେକୌଣସି ଇଭେଣ୍ଟରେ ସଜାଇବା ପାଇଁ କଡା ନିୟମ କରାଯାଇଛି। ଏହି ନିୟମ ଅନୁଯାୟୀ ମଣ୍ଡପମରେ ଫୁଲ ଏବଂ ପତ୍ର ଲଗାଯାଇପାରିବ ନାହିଁ। ଅନ୍ୟପଟେ ମଞ୍ଚ ଇତ୍ୟାଦି ପାଇଁ କୌଣସି ପ୍ରକାରର ଡ୍ରିଲିଂ କିମ୍ବା ୱେଲଡିଂ ମଧ୍ୟ କରାଯାଇପାରିବ ନାହିଁ। ଯଦି କେହି ଫୁଲ ଏବଂ ପତ୍ର ଲଗାନ୍ତି, ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ଏଠାରେ କହି ରଖୁଛୁ ଯେ, ସୂଚନା ଥାଉକି, ଗତ ଜୁଲାଇ ୨୬ ତାରିଖରେ ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବବୃହତ ଇଣ୍ଡିଆ ଟ୍ରେଡ୍‌ ପ୍ରମୋଶନ ଅର୍ଗାନାଇଜେସନ୍‌(ଆଇଟିପିଓ) କମ୍ପ୍ଲେକ୍ସକୁ ଉଦ୍‌ଘାଟନ କରିଥିଲେ । ଏହି କନ୍‌ଭେନସନ୍‌ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ । ଯାହାର ନାମ ‘ଭାରତ ମଣ୍ଡପମ’ ରଖାଯାଇଛି। ୨୭୦୦ କୋଟି ଟଙ୍କା ବ୍ୟୟରେ ଏହି କମ୍ପ୍ଲେକ୍ସ ପ୍ରସ୍ତୁତ କରାଯାଇଛି। ଦିଲ୍ଲୀର ପ୍ରଗତି ମୈଦାନରେ ୧୨୩ ଏକର ଜମିରେ ନିର୍ମାଣ ହୋଇଛି ଏହି କୋଠା । ଏହି ସୁନ୍ଦର କାରୁକାର୍ୟ୍ୟରେ ନିର୍ମିତ ହୋଇଥିବା ଭାରତ ମଣ୍ଡପମ ବିଶ୍ୱର ସବୁଠାରୁ ମହାନ ସମ୍ମିଳନୀ କେନ୍ଦ୍ର ବୋଲି ଦାବି ହେଉଛି। ନିକଟରେ ଏଠାରେ ଜି-୨୦ ଶିଖର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଶ୍ୱର ପ୍ରମୁଖ ରାଷ୍ଟ୍ର ନେତାମାନେ ଏଥିରେ ଯୋଗ ଦେଇଥିଲେ ।

 

Get real time updates directly on you device, subscribe now.