fbpx

IndiGo ଫ୍ଲାଇଟରେ ବୋମା ଆତଙ୍କ, ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ବିମାନ

ନୂଆଦିଲ୍ଲୀ: ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ 6E 7308 କୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି। ଏହାପରେ ଫ୍ଲାଇଟକୁ ନାଗପୁର ଆପେ ଡାଇଭର୍ଟ କରାଯାଇଛି। ଇଣ୍ଡିଗୋ କହିଛି ଯେ, ସମସ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଛି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରାଯାଇଛି।

ଏହା ପୂର୍ବରୁ ମୁମ୍ବାଇରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମାର ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ତିରୂବନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିଷ୍ନକୁ ଯାଞ୍ଚ କରାଯିବା ପରେ ଜରୁରୀକାଳୀନ ପରିସ୍ଥିତିକୁ ହଟାଯାଇଥିଲା। ଘଟଣାର ଯାଞ୍ଚ ପାଇଁ ବଲିୟାଥୁରା ପୋଲିସ ଥାନାର ଅଧିକାରୀ ବିମାନ ବନ୍ଦରରେ ପହଞ୍ଚିଥିଲେ।

Get real time updates directly on you device, subscribe now.