fbpx

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲେ ଜ୍ୟାକ ମା

ଚୀନ୍,୨୦ ।୧: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ସର୍ବସମ୍ମୁଖକୁ ଆସିଲେ ‘ଆଲିବାବା’ର ପ୍ରତିଷ୍ଠାତା ଜ୍ୟାକ୍ ମା।ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ୧୦୦ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଭିଡିଓ ଜରିଆରେ ଏକ ବୈଠକ କରିଥିବା ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ଜଣାପଡ଼ିଛି । ଗ୍ରାମୀଣ ଶିକ୍ଷାର ସଫଳତା ରୂପାୟନ ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚାରିଆଡ଼ୁ ଚାପ ବଢ଼ିବା ପରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଜ୍ୟାକ୍ ମାଙ୍କର ଏହି ଭିଡିଓ ପ୍ରକାଶ କରିଛି ।

ଜ୍ୟାକ୍ ମା ବୁଧବାର ଭିଡିଓ ଲିଙ୍କ୍ ମାଧ୍ୟମରେ ଚାଇନାର ୧୦୦ ଜଣ ଗ୍ରାମୀଣ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜ୍ୟାକ୍ ମା ଶିକ୍ଷକମାନଙ୍କୁ କହିଛନ୍ତି, ଯେତେବେଳେ କରୋନା ଭାଇରସ୍ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯିବ, ସେତେବେଳେ ସାକ୍ଷାତ ହେବ । ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍ ମାଙ୍କୁ ଜଣେ ଇଂରାଜୀ ଶିକ୍ଷକରୁ ଉଦ୍ୟୋଗୀ ହୋଇଥିବା କଥା ବର୍ଣ୍ଣନା କରିଛି । ଆଲିବାବାର ପ୍ରତିଷ୍ଠାତା ଭାବେ ଜ୍ୟାକ୍ ମାଙ୍କ ପରିଚୟ ଦିଆଯାଇ ନାହିଁ ।

Get real time updates directly on you device, subscribe now.