fbpx

IPL-2023 ପ୍ଲେ-ଅଫ ପୂର୍ବରୁ ମାହିଙ୍କ ଉପରେ ଖପ୍ପା ଅଛନ୍ତି କି ଜାଡେଜା? ଟ୍ୱିଟକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ଚଳିତ ସିଜନର ପ୍ଲେଅଫରେ ସ୍ଥାନ ହାସଲ କରିସାରିଛି ଚେନ୍ନାଇ ସୁପର କିଙ୍ଗସ । ଶେଷ ଲିଗ ମ୍ୟାଚରେ ଏକ ବିଶାଳ ବିଜୟ ସହ ଧୋନୀବାହିନୀ ପ୍ଲେଅଫ ପାଇଁ ଟିକେଟ ହାସଲ କରିଛି । ତେବେ ମ୍ୟାଚ ସରିବା ପରେ କ୍ୟାପଟେନ କୁଲ ମାହି ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଭିତରେ ଖୁବ ବାର୍ତ୍ତାଳାପ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଜାଡେଜା କୌଣସି କଥାକୁ ନେଇ ନାରାଜ ଥିବା ବେଳେ ଧୋନୀ ତାଙ୍କୁ ଏ ସମ୍ପର୍କରେ ବୁଝାଉଥିବାର ଦେଖାଯାଇଥିଲା । ଏହାପରେ ଜାଡେଜାଙ୍କର ଏକ ଟ୍ୱିଟ ମାମଲାକୁ ଆହୁରି ଗରମ କରି ଦେଇଛି ।

ଦିଲ୍ଲୀ ବିଜୟ ପରେ ସମସ୍ତ ଖେଳାଳି ପାଭିଲିୟନ ଫେରୁଥିବା ବେଳେ ଜାଡେଜାଙ୍କୁ ଦୋନୀ କିଛି ବୁଝାଉଥିବାର ଦେଖିବାକୁ ମିଳିଥିଲା । ତେବେ ଉଭୟ ଖେଳାଳି କେଉଁ ଘଟଣା ଉପରେ ଆଲୋଚନା କରୁଥିଲେ, ତାହା ଜଣା ପଡିନଥିବା ବେଳେ ଜାଡେଜା ସାମାନ୍ୟ ନାରାଜ ମନେ ହେଉଥିଲେ । ଏହାପରେ ରବିନ୍ଦ୍ର ଜାଡେଜା ନିଜ ଟ୍ୱିଟର ପେଜରେ ଏକ ପୋଷ୍ଟ କରିଛନ୍ତି । ଯାହା ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଧୋନୀ-ଜାଡେଜାଙ୍କ ମଧ୍ୟରେ କିଛି ବିବାଦ ଆରମ୍ଭ ହୋଇଛି ବୋଲି ଆଲୋଚନା ଆରମ୍ଭ ହୋଇଛି । ଜାଡେଜା ଏହି ପୋଷ୍ଟରେ କର୍ମକୁ ନେଇ ଏକ ଟିପ୍ପଣୀ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଆପଣଙ୍କୁ ଆପଣଙ୍କର କର୍ମର ଫଳ ଭୋଗିବାକୁ ପଡିବ, ଏବେ ନଚେତ୍ ବିଳମ୍ବରେ-କିନ୍ତୁ ଏହା ନିଶ୍ଚିତ ।

ତେବେ ଜାଡେଜାଙ୍କର ଏହି ଟ୍ୱିଟ ଏବଂ ମ୍ୟାଚ ପରର ସେହି ଦୃଶ୍ୟକୁ ଏବେ ଯୋଡିବା ଆରମ୍ଭ ହୋଇ ଯାଇଛି । ଏ ଦୁଇଟି ଘଟଣା ଭିତରେ କିଛି ସମ୍ପର୍କ ରହିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ କଥା ଉଠିଛି ଯେ, ଜାଡେଜା ଏବଂ ମାହିଙ୍କ ଭିତରେ କିଛି ମନମାଳିନ୍ୟ ହୋଇଛି କି? ତେବେ ଜାଡେଜାଙ୍କ ଏହି ଟ୍ୱିଟ କାହା ପାଇଁ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ଷ୍ଟାର ଅଲରାଉଣ୍ଡର ।

Get real time updates directly on you device, subscribe now.