fbpx

LPL Final 2024: ଜାଫନା କିଙ୍ଗସ ଗୈଲୈ ମାର୍ବଲ୍ସଙ୍କୁ ହରାଇ ସାଜିଲା ଲଙ୍କା ପ୍ରିମିୟର ଲିଗର ଚାମ୍ପିଅନ

ଓଡିଶା ଭାସ୍କର: ଲଙ୍କା ପ୍ରିମିୟର ଲିଗର ଫାଇନାଲ ଗତକାଲି ଜାଫନା କିଙ୍ଗସ ଓ ଗୈଲୈ ମାର୍ବଲ୍ସଙ୍କ ମଧ୍ୟରେ ଖେଳାଯାଇଥିଲା । ଟ୍ରଫିର ଏହି ମହାଲଢେଇରେ ଜାଫନା କିଙ୍ଗସ ୯ ୱିକେଟରେ ଏହି ବିଜୟୀ ହୋଇଛି । ଏହା ଟୁର୍ଣ୍ଣାମେଣ୍ଟର ୫ ତମ ସଂସ୍କରଣ ଥିଲା । ବିଶାଳ ସ୍କୋର ହେବା ପରେ ବି ଏହି ଫାଇନାଲ ଫାଇଟ ଏକତରଫା ହୋଇଥିଲା । ମ୍ୟାଚରେ ଲକ୍ଷ୍ୟର ପଶ୍ଛାତଧାବନ କରୁଥିବା ଜାଫନା କିଙ୍ଗସ ପକ୍ଷରୁ ରେଲି ରୁସୋ ଅପରାଜୟ ଶତକ ହାସଲ କରି ମ୍ୟାଚର ମୋଡ ବଦଳାଇ ଦେଇଥିଲେ । ଏହାବାଦ କୁଶଳ ମେଣ୍ଡିସ ମଧ୍ୟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ।

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଗୈଲୈ ମାର୍ବଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ମୋଟ ୧୮୪ ରନ କରିଥିଲା । ଭାନୁକା ରାଜପକ୍ଷେ ଧୂଆଁଧାର ବ୍ୟାଟିଂରେ ୮୨ ରନ ସାମିଲ ଥିଲା । ରାଜପକ୍ଷେ ମାର୍ବଲ୍ସ ଆଡୁ ବ୍ୟାଟିଂ କରି ୩୪ ବଲରେ ୮ ଚୌକା ଓ ୬ ଛକା ବିନିମୟରେ ଏହି ରନ ସଂଗ୍ରହ କରିଥିଲେ । ଏହି ଲକ୍ଷ୍ୟର ପଶ୍ଚାତଧାବନ କରି ମାତ୍ର ୧୫.୪ ଓଭରରେ ଜାଫନା କିଙ୍ଗସ ୧ ୱିକେଟ ହରାଇ ସହଜରେ ମ୍ୟାଚ ଜିତି ଟ୍ରଫିକୁ ନିଜର କରି ନେଇଥିଲା । କହିରଖୁ , ଶ୍ରୀଲଙ୍କା ପ୍ରିମିୟର ଲିଗରେ ଏହା ଜାଫନା କିଙ୍କସର ଚତୁର୍ଥ ଏଲପିଏଲ (lpl) ଟ୍ରଫି ଅଟେ ।

Get real time updates directly on you device, subscribe now.