fbpx

ରଥଯାତ୍ରାର ୧୦ ଦିନିଆ କାର୍ଯ୍ୟସୂଚୀ: ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର କେଉଁ ନୀତି ହୁଏ ଜାଣନ୍ତୁ

Advertisement

ପୁରୀ (ଓଡ଼ିଶା ଭାସ୍କର): ଓଡ଼ିଶାର ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ୭ ଜୁଲାଇ ୨୦୨୪ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ପାଳନ ହେବ । ଏଥିରେ ଭବ୍ୟ ରଥରେ ବିରାଜମାନ କରି ମହାପ୍ରଭୁ ଜଗନ୍ନାଥ, ସେବୀ ସୁଭଦ୍ରା ଏବଂ ବଳଭଦ୍ର ଗୁଣ୍ଡିଚା ମନ୍ଦିରକୁ ଯିବେ ।

ମାନ୍ୟତା ରହିଛି ଯେ, ରଥଯାତ୍ରା ସମୟରେ ଭଗବାନଙ୍କ ଦର୍ଶନ କରିବାରେ ପାପନାଶ ହୋଇଥାଏ ଏବଂ ମନ ଶୁଦ୍ଧ ହୋଇଥାଏ । ଜଗନ୍ନାଥ ରଥଯାତ୍ରାର ଆୟୋଜନ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ଅନେକ ପରଂପରାମାନ ପାଳନ କରାଯାଇଥାଏ । ଆସନ୍ତୁ ଜାଣିବା ରଥଯାତ୍ରା ମହୋତ୍ସବ ଦଶ ଦିନର କାର୍ଯ୍ୟସୂଚୀ ।

କାର୍ଯ୍ୟସୂଚୀ:
-୭ ଜୁଲାଇ ୨୦୨୪ରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ରଥରେ ବିରାଜମାନ କରାଯିବ ଏବଂ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟଣାଯିବ ।
-ରଥ ଗୁଣ୍ଡିଚା ମନ୍ଦିରରେ ରହିବ । ଏଠାରେ ମହାପ୍ରଭୁଙ୍କ ପାଇଁ ଭିନ୍ନ-ଭିନ୍ନ ପ୍ରକାର ଖାଦ୍ୟ ତିଆରି ହେବ । ଏହି ପରମ୍ପରା ବହୁ ପୁରାତନ କାଳରୁ ଚାଲିଆସିଛି । ଏହି ମାଉସୀ ମାଆଙ୍କ ମନ୍ଦିରରେ ଭକ୍ତ ଆସି ଠାକୁରଙ୍କୁ ଦର୍ଶନ କରିବେ ।
-୧୫ ତାରିଖରେ ମହାପ୍ରଭୁ ନିଜ ଭାଇ-ଭଉଣୀଙ୍କୁ ଧରି ପୁନଶ୍ଚ ଶ୍ରୀମନ୍ଦିରକୁ ବାହୁଡିବେ ।
-ସୁନାବେଶ ପରେ୧୬ ତାରିଖରେ ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।

ଗୁଣ୍ଡିଚା ମନ୍ଦିରରେ କଣ ହୁଏ:
ମହାପ୍ରଭୁ ନିଜ ମାଉସୀଙ୍କ ଘରେ ରହିବା ପାଇଁ ନିଜ ଭାଇ-ଭଉଣୀଙ୍କ ସହ ରଥଯାତ୍ରା ଦ୍ୱାରା ଗୁଣ୍ଡିଚା ମନ୍ଦିର ଯାଆନ୍ତି । ଏହିସମୟରେ ନଡିଆ, ମାଲପୁଆ, ଗଜାମୁଗ ଆଦି ମହପ୍ରସାଦର ଭୋଗ ଲଗାଯାଏ । ଏହାପରେ ଭଗବାନ ପୁନଶ୍ଚ ବଡ଼ଦେଉଳକୁ ଚାଲିଯାଆନ୍ତି ।

Get real time updates directly on you device, subscribe now.