fbpx

ଜଗତପୁର: ଦ୍ରୁତ ଗତିରେ ଆସି କାର୍ ଏବଂ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ ୬ ଆହତ

କଟକ: ଜଗତପୁର ଜଗତପୁର ଖଇରା ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଦୁଇଟି କାର୍ ଏବଂ ୫ ବାଇକ୍ ଉପରେ ମାଡ଼ିଯାଇଛି । ଯାହା ଫଳରେ ପ୍ରାୟ ୭ ଜଣ ଆହତ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଟ୍ରକ୍‌ଟି ବାମପଟେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡାହାଣ ପଟେ ଥିବା କାର୍ ଓ ବାଇକ୍‌କୁ ଧକା ଦେବା ପରେ ଏକ ଦୋକାନରେ ପଶି ଯାଇଥିଲା । ଏହି ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଏହି ଦୁର୍ଘଟଣା ଘଟାଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଟ୍ରକ୍‌ଟି ଦ୍ରୁତ ଗତିରେ ଆସୁଥିଲା, ଯେଉଁଥି ପାଇଁ ଭିଡ଼ ସ୍ଥାନ ଥିବାରୁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟାଇଥାଇ ପାରେ । ତେବେ ଆଉ କିଛି ଅନୁସାରେ ଟ୍ରକଟି ଅନ୍ୟ ଏକ ସ୍ଥାନରେ ଦୁର୍ଘଟଣା ଘଟାଇ ଭୟଭୀତ ହୋଇ ଦ୍ରୁତ ଗତିରେ ଯିବା ସମୟରେ ଖଇରା ପୋଲ ନିକଟରେ ଏହି ଦୁର୍ଘଟଣା ଘଟାଇଛି।

Get real time updates directly on you device, subscribe now.