fbpx

ଜୟ ଭୀମ ବିବାଦ: ଆକ୍ଟର ସୂର୍ଯ୍ୟାଙ୍କୁ ଜୀବନରୁ ମାରି ଦେବାକୁ ଧମକ, ବଢାଗଲା ଘରର ସୁରକ୍ଷା

ନୂଆଦିଲ୍ଲୀ : ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ଫିଲ୍ମ ଜୟ ଭୀମକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ନିକଟ ଦିନରେ ଏହି ଫିଲ୍ମର ନାଁ କୌଣସି ନା କୌଣସି ବିବାଦରେ ଫସିଥିବା ଦେଖିବାକୁ ମିଳିଛି। କିଛି ସିନ୍ କାରଣରୁ ଫିଲ୍ମ ବର୍ତ୍ତମାନ ଅନେକ ଲୋକଙ୍କ ଧ୍ୟାନ ଆକର୍ଷିତ କରିଛି। ବିଗତ ଦିନରେ ଭନ୍ନିୟାର ସମୁଦାୟ କ୍ରମାଗତ ଫିଲ୍ମର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଥିଲେ। ଏହା ପୂର୍ବରୁ ମଧ୍ୟ ଫିଲ୍ମର ଏକ ଦୃଶ୍ୟକୁ ନେଇ ବହୁତ ବିବାଦ ହୋଇଥିଲା। ଅନ୍ୟପଟେ ଭନ୍ନିୟାର ସମୁଦାୟର ଲୋକେ କ୍ରମାଗତ ଫିଲ୍ମରେ ସାମିଲ୍ ସଦସ୍ୟଙ୍କୁ ଧମକ ଦେଇ ଆସୁଛନ୍ତି। ଫିଲ୍ମର ହିରୋ ସୂର୍ଯ୍ୟାଙ୍କୁ ମଧ୍ୟ ଲଗାତାର ଧମକ ଦିଆଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୂର୍ଯ୍ୟାଙ୍କ ଘରର ସୁରକ୍ଷା ବଢାଇ ଦିଆଯାଇଛି। ଟି ନଗର ସ୍ଥିତ ତାଙ୍କ ଘର ବାହାରେ ୫ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଭନ୍ନିୟାର ସମୁଦାୟର ଲୋକଙ୍କ ମତରେ ଫିଲ୍ମର ଅନେକ ଦୃଶ୍ୟରେ ସେମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି। ଏଥିସହ ସେମାନେ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।
ଏହି ସିନକୁ ନେଇ ମଧ୍ୟ ବିବାଦ ହୋଇଥିଲା
ଜୟ ଭୀମର ରିଲିଜ୍ ପରେ ପରେ ଫିଲ୍ମର ଗୋଟିଏ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଥଲା। ଏହି ସିନ୍ରେ ପ୍ରକାଶ ରାଜ ଜଣେ ବୃଦ୍ଧଙ୍କ ଚାପୁଡା ମାରୁଥିବା ଦେଖିବାକୁ ମିଳିଥିଲା। ବୃଦ୍ଧ ଜଣକ ପ୍ରକାଶ ରାଜଙ୍କ ସାମ୍ନାରେ ହିନ୍ଦୀରେ କଥା ହେବାକୁ ଚେଷ୍ଟା କରିଥିଲେ। ଚାପୁଡା ମାରି ପ୍ରକାଶ ରାଜ ଉକ୍ତ ବ୍ୟକ୍ତିଙ୍କୁ ତାମିଲରେ କଥା ହେବାକୁ କହିଥିଲେ। କିଛି ଦିନ ତଳେ ଅଭିନେତା ସୂର୍ଯ୍ୟା ପ୍ରେସ ବିବୃତିରେ କହିଥିଲେ ଯେ, ତାଙ୍କ ଫିଲ୍ମର ଟିମ୍ କୌଣସି ବି ସମୁଦାୟର ଅପମାନ କରିବାକୁ ଚାହୁଁ ନାହାନ୍ତି। ଏହା ପରେ ଅନେକ ପ୍ରଶଂସକ ସୂର୍ଯ୍ୟା ଏବଂ ତାଙ୍କ ଫିଲ୍ମର ଟିମ୍ ସଦସ୍ୟଙ୍କ ସମର୍ଥନରେ ଆଗକୁ ଆସିଥିଲେ। ଏଥିସହ ସମାଜିକ ଗଣମାଧ୍ୟମରେ #WeStandWithSuriya ଟ୍ରେଣ୍ଡ କରିବାରେ ଲାଗିଥିଲା।

Get real time updates directly on you device, subscribe now.