ଓଡ଼ିଶା ଭାସ୍କର: ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରୁ ଜାତୀୟ “କୃଷକ ଦିବସ” ରୂପେ ପାଳନ କରାଯାଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ-ଅର୍ଥନୈତିକ ବିକାଶରେ କୃଷକଙ୍କ ଅବଦାନକୁ ଚିହ୍ନିବା ଏବଂ ସେମାନଙ୍କ କଲ୍ୟାଣ ପାଇଁ ସଚେତନତା ସୃଷ୍ଟି କରିବା । କୃଷକ ହେଉଛନ୍ତି ଆମ ଦେଶ ପ୍ରଗତିର ମାଧ୍ୟମ । କୃଷକ ନଥିଲେ ଦେଶରେ ଉନ୍ନତି ହୋଇପାରିବ ନାହିଁ । କୃଷକମାନେ ହେଉଛନ୍ତି ଆମ ଦେଶରେ ଖାଦ୍ୟଦାତା । ସେ ଜୀବର ଜୀବନଦାତା । କୃଷକର ବିକାଶ ଦିଗରେ ଦୃଷ୍ଟି ଦେବା ଏହି ଦିବସର ଶ୍ରେଷ୍ଠ କର୍ତ୍ତବ୍ୟ । କୃଷକ ଏବଂ କୃଷିର ଉନ୍ନତି କରିବା ଦିଗରେ ଜନ-ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ କୃଷକ ଦିବସକୁ ପାଳନ କରାଯାଏ କୃଷକ ଦିବସରେ ଏହି ଖାଦ୍ୟ ଜୀବନଦାତାଙ୍କ ପ୍ରତି ଆମ ସମସ୍ତଙ୍କର ଅନୁରାଗ ରହୁ ଏହା ହିଁ କାମନା ।
ଭାରତ ରତ୍ନ ଚୌଧୁରୀ ଚରଣ ସିଂହ ୧୯୦୨ ମସିହାରେ ଉତ୍ତରପ୍ରଦେଶର ମେରଠ ଜିଲ୍ଲା ନୁରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କୃଷଖ ପରିବାରରେ ଜନ୍ମ ନେଇ ସେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେବା ସହ ଲଗାତାର କୃଷକଙ୍କ ପାଇଁ ଲଢିଥିଲେ । କୃଷକଙ୍କ ପାଇଁ ତାଙ୍କ ଅବଦାନ ଏକଂ ପ୍ରଚେଷ୍ଟା ତାଙ୍କୁ କୃଷକମାନଙ୍କ ମସିହା ଭାବରେ ଏକ ନୂଆ ପରିଚୟ ଦେଲା । ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। ୧୯୭୯-୮୦ରେ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ଚୌଧୁରୀ ଚରଣ ସିଂହ । ଏହି ଛୋଟ ଅବଧିରେ ସେ କୃଷକଙ୍କ କଲ୍ୟାଣ ପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଜନା ପ୍ରଣୟନ କରିଥିଲେ । ତାଙ୍କର ନୀତି କୃଷି କ୍ଷେତ୍ରରେ ସ୍ଥିରତା ଆଣିବା ଏବଂ କୃଷକଙ୍କ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥିଲା । ତେଣୁ ୨୦୦୧ ମସିହାରେ ଚୌଧୁରୀ ଚରଣ ସିହଙ୍କ ଜନ୍ମଦିବସକୁ କୃଷକ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲେ ।
ଚୌଧୁରୀ ଚରଣ ସିଂ ସବୁବେଳେ କୃଷକଙ୍କ ଅଧିକାର ରକ୍ଷା ପାଇଁ ସଂଘର୍ଷ କରୁଥିଲେ। ୧୯୭୮ ରେ ସେ କିସାନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମୀଣ ସମାଜକୁ ନ୍ୟାୟର ମହତ୍ତ୍ୱ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଏକଜୁଟ କରିବା। ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ଏବଂ କାର୍ୟ୍ୟକ୍ରମ କୃଷକଙ୍କ ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ସହ ଭାରତୀୟ କୃଷି କ୍ଷେତ୍ରରେ ସ୍ଥିରତା ଏବଂ ପ୍ରଗତି ପାଇଁ ମଧ୍ୟ ବେଶ୍ ସହାୟକ ହୋଇଛି ।