ପଦ୍ମ ଧରିଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା

ଭୁବନେଶ୍ୱର: ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା । ଜୟପୁର ବ୍ଲକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସମେତ ୧୪ ଜଣ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଯାଜପୁରର ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚମାନେ ବିଜେପିରେ ସାମିଲ ହୋଇଛନ୍ତି । ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେଇଛନ୍ତି ।