ମରିଗଲା ମାନବିକତା ! ମାତ୍ର ୧୦ ଟଙ୍କା ପାଇଁ ପୂର୍ବତନ IASଙ୍କୁ ମାଡ଼, ସୋସିଆଲ୍ ମିଡିଆରେ Video ଭାଇରାଲ୍
୧୦ ଟଙ୍କା ପାଇଁ ପୂର୍ବତନ ଆଇଏଏସଙ୍କୁ ବିଧା , ଗୋଇଠା; କଣ୍ଡକ୍ଟର ନିଲମ୍ବିତ
ଜୟପୁର: ଜୟପୁରରେ ଘଟିଯାଇଛି ମାନବିକତାକୁ ମାରିଦେଲା ଭଳି ଘଟଣା । ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ବସ୍ ଭିତରେ ମାତ୍ର ୧୦ ଟଙ୍କା ପାଇଁ କେମିତି ବିଧା , ଗୋଇଠା ଖାଇବାକୁ ପଡୁଛି ଏହାର ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘଟଣା ଘଟିବା ପରେ କାନୋତା ଥାନାରେ ମାମଲା ରୁଜୁ ହୋଇଛି।
ଘଟଣାଟି କିଛି ଏପରି , ୭୫ ବର୍ଷୀୟ ଆଇଏଏସ୍ ଅଧିକାରୀ ଆର.ଏଲ୍ ମୀନା ଜୟପୁରରୁ ନାୟଲା ଯିବା ପାଇଁ ବସ୍ ରେ ବସିଥିଲେ । କିନ୍ତୁ କଣ୍ଡକ୍ଟର ଭଡ଼ାଠାରୁ ଅଧିକ ୧୦ ଟଙ୍କା ତାଙ୍କୁ ମାଗୁଥିଲେ । କଣ୍ଡକ୍ଟରଙ୍କ କଥାରେ ରାଜି ନହୋଇ ୧୦ ଟଙ୍କା କମ୍ ଦେଇଥିଲେ ଅବସରପ୍ରାପ୍ତ ଆଇଏଏସ୍ । ଏହି କଥାରେ ରାଗି ଯାଇ ଯୁକ୍ତିତର୍କ ଆରମ୍ଭ କରିଥିଲେ କଣ୍ଡକ୍ଟର ।
ଏମିତିକି ଷ୍ଟପେଜ୍ ଆସିବା ପରେ ବସ୍ ମଧ୍ୟ ରୋକିନଥିଲେ । ବୟସ୍କ ବ୍ୟକ୍ତିଜଣକ ବାରମ୍ବାର କହିବା ସତ୍ତ୍ବେ ବସ୍ କୁ ତ ରୋକିଲେନାହିଁ ଏମିତିକି ଧକ୍କା ମଧ୍ୟ ମାରିଲେ ଉଦ୍ଧତ କଣ୍ଡକ୍ଟର । ଧକ୍କା ମାରିବାର ପ୍ରତିବଦଳରେ ବୟସ୍କ ବ୍ୟକ୍ତିଜଣକ କଣ୍ଡକ୍ଟରକୁ ଚାପୁଡା ମାରିଥିଲେ ।
ଚାପୁଡ଼ାକୁ ସହିନପାରି କଣ୍ଡକ୍ଟର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ଠିଆ ଗୋଇଠା ମାରିବା ଆରମ୍ଭ କରିଦେଇଥିଲେ । ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କାନୋତା ପୁଲିସ୍ ଘଟଣାରେ ତତ୍ପରତା ଦେଖାଇ ମାମଲାର ଭିଡ଼ିଓକୁ ସିଟି ଟ୍ରାନ୍ସପୋର୍ଟ ସର୍ଭିସେଜ୍ ଲିମିଟେଡ୍ ନଜରକୁ ଆଣିଥିଲା । ଯାହାଫଳରେ କଣ୍ଡକ୍ଟର ଧନଶ୍ୟାମ ଶର୍ମାଙ୍କୁ ନିଲମ୍ବନ କରିଦିଆଯାଇଛି ।
View this post on Instagram