ବନ୍ଧା ହେଲା ଦେଶଦ୍ରୋହୀ ପଠାନ୍, ଭାରତୀୟ ହୋଇ ପାକିସ୍ତାନ ISIର ସାଜିଥିଲା ଗୁଇନ୍ଦା

ଜୈସାଲମିର: ରାଜସ୍ଥାନ ଇଣ୍ଟେଲିଜେନ୍ସ ଗୁରୁବାର ପାକିସ୍ତାନ ଗୁପ୍ତଚରକୁ ଗିରଫ କରିଛି । ଜୈସାଲମିରର ପଠାନ ଖାନ୍ ପାକିସ୍ତାନ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିଲା ।

ବିଏସଏଫର ସିକ୍ରେଟ ସୂଚନା ସବୁ ପଠାନ୍ ପାକିସ୍ତାନ ଏଜେନ୍ସିକୁ ଦେଉଥିଲା । କିଛି ବର୍ଷ ହେବ ପଠାନ୍ ପାକିସ୍ତାନ ପାଇଁ କାମ କରୁଛି । ସୀମାରେ ସନ୍ଦେହଜନକ କାର୍ଯ୍ୟ କରୁଥିବାବେଳେ ପଠାନକୁ ଦେଖାଯାଇଥିବା କହିଛନ୍ତି ରାଜସ୍ଥାନ ଇଣ୍ଟେଲିଜେନ୍ସର ଆଇଜି ବିଷ୍ଣୁକାନ୍ତ ।

ଆଇଏସଆଇ ସହିତ ପଠାନ୍ କଣ୍ଟାକରେ ରହୁଥିଲା । ସୋସିଆଲ ମିଡିଆ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଜରିଆରେ ପଠାନ୍ ଗୁଇନ୍ଦା ସନ୍ଦେଶ ପାକିସ୍ତାନ ଏଜେନ୍ସିକୁ ଦେଉଥିବା ଜଣାପଡ଼ିଛି ।

୨୦୧୩ରେ ପଠାନ୍ ପ୍ରଥମ ଥର ଲାଗି ପାକିସ୍ତାନ ଯାଇଥିଲା । ଯେଉଁଠାରେ ସେ ଆଇଏସଆଇ ସହିତ ଭାରତର ଗୁଇନ୍ଦା ତଥ୍ୟ ଦେବା ନେଇ କଥାବାର୍ତ୍ତା ହୋଇଥିଲା ।

ଭାରତ ଫେରିବା ପରେ ପାକିସ୍ତାନ ଆଇଏସଆଇ କଣ୍ଟାକ୍ଟରେ ପଠାନ୍ ରହିଥିଲା ଏବଂ ଭାରତୀୟ ସିମକାର୍ଡ ପାକିସ୍ତାନକୁ ଯୋଗାଉଥିଲା । ସେ ବହୁଥର ପାକିସ୍ତାନ ରିବାର ସହ ଯାଉଥିଲା । ସେଠାରେ କିନ୍ତୁ ଆଇଏସଆଇକୁ ଭେଟୁଥିଲା ।

ଜୟପୁରରେ ପାଠାନକୁ ପଚରାଉଚରା ଚାଲିଛି । ତା’ ମୋବାଇଲ ଫୋନରୁ ଅନେକ ଭିଡିଓ ଓ ଗୁଇନ୍ଦା ଡେଟା ସଂଗ୍ରହ କରାଯାଇଛି । ପଠାନ୍ ବିରୋଧରେ ଅଭିଯୋଗ ଦାଏର କରାଯାଇଛି ।