ଯାଜପୁର: ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଫେରାର

ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର। ହସ୍ପିଟାଲରେ ଭର୍ତ୍ତି ହେଲେ ବାପା, ମାଆ ସହ ୩ ଭାଇ ଭଉଣୀ।

ଯାଜପୁର: (ଓଡ଼ିଶା ଭାସ୍କର) ପରିବାର ଲୋକଙ୍କୁ ନିଶା ଦେଇ ଘରୁ ଫେରାର ହୋଇ ଯାଇଛି ନାବାଳିକା। କୁଆଖିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ଫେରାର। ଘରୁ ସୁନା ଅଳଙ୍କାର ନେଇ ଯୁବକ ସହ ଫେରାର ହୋଇଥିବା ଆସିଛି ଅଭିଯୋଗ।

ବାପା ମାଆ ସମେତ ଅସୁସ୍ଥ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା।