fbpx

ଆଣ୍ଡରସନଙ୍କ ବିରଳ କୀର୍ତ୍ତିମାନ: ବିଶ୍ୱର ପ୍ରଥମ ଫାଷ୍ଟ ବୋଲର ଭାବେ ହାସଲ କଲେ ୭୦୦ ଟେଷ୍ଟ ୱିକେଟ୍

ନୂଆଦିଲ୍ଲୀ: ପଞ୍ଚମ ଟେଷ୍ଟରେ ଭାରତ ୪୭୭ ରନରେ ଅଲଆଉଟ୍ ହୋଇଯିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୯ ରନରେ ପଛରେ ରହିଛି । ଆଜିର ଦିନକୁ ମିଶାଇ ଖେଳ ଆହୁରି ୩ ଦିନ ବାକି ଥିବାବେଳେ ଏହି ମ୍ୟାଚ ବର୍ତ୍ତମାନ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି । ତେବେ ଅନ୍ତିମ ଟେଷ୍ଟର ଇଂଲଣ୍ଡର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଏକ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଶ୍ୱର ପ୍ରଥମ ପେସ୍ ବୋଲର ଭାବେ ଆଣ୍ଡରସନ ୭୦୦ ୱିକେଟ ନେଇ ନୂଆ ଇତିହାସ ରଚିଛନ୍ତି ।

ଆଜି ପର୍ଯ୍ୟନ୍ତ ଟେଷ୍ଟ ଇତିହାସରେ କେବଳ ୨ ଜଣ କ୍ରିକେଟର ୭୦୦ ଟେଷ୍ଟ ୱିକେଟ କ୍ଲବରେ ସାମିଲ ହୋଇଥିବା ବେଳେ ଏବେ ସେହି କ୍ଲବରେ ଆଣ୍ଡରସନ ନିଜକୁ ସାମିଲ କରିଛନ୍ତି । ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ ୮୦୦ ୱିକେଟ, ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣେ ୭୦୮ ୱିକେଟ ନେଇଥିଲେ । ଏହି ଦୁଇ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିସାରିଥିବା ବେଳେ ଆଣ୍ଡରସନ ଏବେ ବି ଖେଳ ଜାରି ରଖିଛନ୍ତି ।

କୁଲଦୀପ ଯାଦବ ଆଣ୍ଡରସନଙ୍କ ୭୦୦ତମ ଶିକାର ହୋଇଥିଲେ । ୪୧ ବର୍ଷ ବୟସରେ ଆଣ୍ଡରସନ ଏହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ଆଣ୍ଡରସନ ୬୯୦ଟି ୱିକେଟ ହାସଲ କରିଥିଲେ । ତେବେ ପ୍ରଥମ ଟେଷ୍ଟରେ ସେ ଖେଳିବାର ସୁଯୋଗ ପାଇନଥିଲେ । ବିଶାଖାପଟନମ୍ ଟେଷ୍ଟରେ ସେ ୫ ୱିକେଟ ହାସଲ କରିଥିଲେ । ଏହାପରେ ରାଜକୋଟ ଟେଷ୍ଟରେ ସେ ୧ଟି ଓ ରାଞ୍ôଚରେ ୨ଟି ୱିକେଟ ନେଇଥିଲେ । ଚଳିତ ଧର୍ମଶାଳା ଟେଷ୍ଟରେ ସେ ଶୁବମନ ଗିଲ ଓ କୁଲଦୀପଙ୍କୁ ଆଉଟ୍ କରି ନିଜ ନାମରେ ବିରଳ ରେକର୍ଡ ସ୍ଥାପନ କରିବାର ସୌଭାଗ୍ୟ ଲାଭ କରିଥିଲେ ।

Get real time updates directly on you device, subscribe now.