fbpx

ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2023 ଲୋକସଭାରେ ପାରିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ 2023 ଶେଷରେ ଲୋକସଭାରେ ଜୋରଦାର ବିତର୍କ ପରେ ପାରିତ ହୋଇଛି । ଏହି ବିତର୍କ ଉପରେ ଆଲୋଚନା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଲ୍‌ର ଉଦ୍ଦେଶ୍ୟ ଉପରେ ସମସ୍ତେ ସହମତ ଅଟନ୍ତି । ସେ କହିଛନ୍ତି ଯେ ଏହି ବିଲ୍ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ। ମୁଁ ଆଣିଥିବା ବିଲ୍ ହେଉଛି ୭୦ ବର୍ଷ ଧରି ଯେଉଁମାନେ ଅନ୍ୟାୟ, ଅପମାନିତ ଏବଂ ଅବହେଳିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ବିଲ୍ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଅଭିଭାଷଣରେ କହିଛନ୍ତି , ଯେ ପାକିସ୍ତାନ ଦଖଲ କରିଥିବା କାଶ୍ମୀର (ପିଓକେ) ର ସମସ୍ୟା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଛି । ଗୃହମନ୍ତ୍ରୀଙ୍କ କହିବାନୁସାରେ, ନେହେରୁଙ୍କର ଦୁଇଟି ଭୁଲ ଯୋଗୁଁ ଜାମ୍ମୁ କାଶ୍ମୀରରେ କ୍ଷତି ହୋଇଥିଲା । ପ୍ରଥମେ, ଅସ୍ତ୍ରବିରତି ଘୋଷଣା ଏବଂ ଦ୍ୱିତୀୟ, କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେଇ। ସେ କହିଛନ୍ତି, ଭାରତୀୟ ସେନା ଯେତେବେଳେ ବିଜୟୀ ହେଉଥିଲା ସେତେବେଳେ ପଞ୍ଜାବ ପ୍ରଦେଶରେ ପହଞ୍ଚିବା କ୍ଷଣି ସିଜଫାୟାର ଘୋଷଣା କରାଯାଇଥିଲା । ଯାହାଫଳରେ ପୂରା କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ହିଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।

ସେ ଆହୁରି କହିଛନ୍ତି, ଯଦି ତିନି ଦିନ ପରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥାନ୍ତା ତେବେ ପିଓକେ ଆଜି ଭାରତର ଏକ ଅଂଶ ହୋଇଥାନ୍ତା। ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେବା ନେହେରୁଙ୍କର ଏକ ବଡ ଭୁଲ ବୋଲି ଶାହ କହିଛନ୍ତି। ଶାହ କହିଛନ୍ତି, ପୂର୍ବରୁ ଜାମ୍ମୁରେ 37 ଟି ସିଟ୍ ଥିଲା, ବର୍ତ୍ତମାନ 43 ଟି ଅଛି। ପୂର୍ବରୁ କାଶ୍ମୀରରେ 46 ଟି ଥିଲା, ବର୍ତ୍ତମାନ 47 ଟି ଏବଂ 24 ଟି ସିଟ୍ ରହିଛି ।

Get real time updates directly on you device, subscribe now.