fbpx

ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣା: ଘଟଣାସ୍ଥଳରୁ ମିିଳିଲା ୩ ସନ୍ଦିଗ୍ଧ ମୃତଦେହ

Advertisement

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାରେ ଜୋରସୋରରେ ଖୋଜାଖୋଜି ଜାରି ରହିଛି । ସେନାର ସୁରକ୍ଷା କର୍ମୀମାନେ ସେଠାରେ ଅର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ଏପରିକି ଏହି କାରଣରୁ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି । ତେବେ ଏହା ମଧ୍ୟରେ ସେଠାରୁ ୩ଟି ସନ୍ଦିଗ୍ଧ ମୃତଦେହ ଠାବ କରାଯାଇଥିବା ସୂଚନା ମିଳିଛି ।

ତେବେ ଆକ୍ରମଣ ହେବା ପରେ ଆଖପାଖ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିରହିଥିବା ସନ୍ଦେହରେ ସୁରକ୍ଷାକର୍ମୀମାନେ ସେହି ସ୍ଥାନରେ ଖୋଜାଖେଜି ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଏହି ୩ଟି ମୃତଦେହ ମିଳିବା ସେମାନଙ୍କର ସନ୍ଦେହକୁ ଆହୁରି ଘନୀଭୂତ କରିଛି । ତେବେ ଏହି ମୃତଦେହ ଆତଙ୍କବାଦୀଙ୍କର କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଆହଚରି ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଆକ୍ରମଣରେ ବ୍ୟବହାର କରାଯାିଥିବା ବନ୍ଧୁକ ସବୁ ଆମେରିକାରେ ତିଆରି ହୋଇଛି । ଆମେରିକାରେ ତିଆରି କରାଯାଉଥିବା ଏମ.୪ କାର୍ବାଇନ ବନ୍ଧୁକ ଏହି ଆକ୍ରମଣ ପାଇଁ ବ୍ୟବହାର କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ଗୁରୁବାର ଭି.ଆର ମୋଡ଼ ନିକଟରେ ପାସ କରିବା ବେଳେ ଦୁଇଟି ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଫଳରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହେବା ସହ ୨ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ଏଭଳି ଏକ ଘଟଣା କିପରି ଭାବରେ ଘଟିଲା ସେ ନେଇ ସୁରକ୍ଷାକର୍ମୀମାନେ ତଦନ୍ତ ଜାରି ରଖିଛନ୍ତି । ତେବେ ଏହା ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ।

Get real time updates directly on you device, subscribe now.