fbpx
BJD SKY
BJD SKY

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ

BJD

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆଜି ଭୋରରୁ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ସକାଳୁଆ ସିପ୍ଟ କାମରେ ଯୋଗଦେବାକୁ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ ।

ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସହିଦ ହୋଇଥିବା ଯବାନ ଜଣକ ସିଆଇଏସଏଫର ଜଣେ ଏଏସଆଇ ଥିବା ଜଣାପଡିଛି । ସିଆଇଏସଏଫ୍ ଆତଙ୍କୀ ଆକ୍ରମଣକୁ ଏଡ଼ାଇବା ସହ ପଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଫଳରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହେବାକୁ ବାଧ୍ୟ ହୋଇଥିଲେ ବୋଲି ସିଆଇଏସଏଫର ଜଣେ ବରିଷ୍ଠଳ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଜାମ୍ମୁ-କାଶ୍ମୀର ପୋଲିୀସ କହିଛନ୍ତି ଯେ, ଘାଟିରେ ଚାଲିଥିବା ଅପରେସନରେ ମୋଟ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ବ୍ୟତୀତ ସୁଞ୍ଜୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ଆହତ ହୋଇଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି ।

Get real time updates directly on you device, subscribe now.