fbpx

ଏକାଠି ନଜର ଆସିବେ ଅର୍ଜୁନ- ଜାହ୍ନବୀ: ପୋଷ୍ଟରେ ସୂଚନା ଦେଲେ ଶ୍ରୀଦେବୀ ତନୟା

Advertisement

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗୋଟିଏ ପରଦାରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଆକ୍ଟର ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଜାହ୍ନବୀ କପୁର । ତେବେ ଏହା ପ୍ରଥମ ଥର ହେବାକୁ ଯାଉଛି ଯେତେବେଳେ ଦର୍ଶକ ବଲିଉଡର ସବୁଠୁ ସୁନ୍ଦର ଭାଇ-ଭଉଣୀଙ୍କ ଯୋଡ଼ିଙ୍କୁ ଦେଖିବାକୁ ଯାଉଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ନିଜେ ଜାହ୍ନବୀ କପୁର । ସେ ତାଙ୍କ ଇନଷ୍ଟାଗ୍ରାମରେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଭିଡିଓ ପୋଷ୍ଟରେ ଜାହ୍ନବୀ ଏବଂ ଅର୍ଜୁନ ବେସ୍ ଖୁସିଥିବା ଜଣା ପଡୁଛି ଏବଂ ସେମାନେ ଖୁସିରେ ଡାନ୍ସ କରୁଥିବାର ଦେଖାଦେଇଛନ୍ତି । ଏହି ପୋଷ୍ଟକୁ ସେୟାର କରି ଜାହ୍ନବୀ ଲେଖିଛନ୍ତି ଖୁବଶୀଘ୍ର କିଛି ଅଲଗା ଦେଖିବାକୁ ମିଳିବ ।

ସୂଚନା ଅନୁଯାୟୀ ଅର୍ଜୁନ ଏବଂ ଜାହ୍ନବୀ କୌଣସି ଫିଲ୍ମରେ ନୁହେଁ ବରଂ ଏକ ସିକ୍ରେଟ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଆଉ ଯାହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଦୁହେଁ । ଆଉ ଏହା ଖୁବ୍ ସ୍ମରଣୀୟ ହେବାକୁ ଯାଉଛି କାରଣ ପ୍ରଥମ ଥର ପାଇଁ ଦୁଇ ଭାଇ ଭଉଣୀ ଗୋଟିଏ ପରଦାରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.