“ୟେ ଦୁଲହନ୍ ହୈ ୟା ବାର ଡାନ୍ସର”, ଜାହ୍ନବୀଙ୍କୁ ନେଇ ବଲିଉଡରେ ଉଡ଼ିଲା ମଜାକ୍ ! ଦେଖନ୍ତୁ ଭିଡିଓ…
ବଲିଉଡ ଅଭିନେତ୍ରୀ ଜାହ୍ନବୀ ସବୁବେଳେ ନିଜ ଗ୍ଲାମର୍ସ ଲୁକ୍ସ ପାଇଁ ଚର୍ଚ୍ଚାରେ ଥାଆନ୍ତି। ହେଲେ ଜାହ୍ନବୀଙ୍କ ଏକ ଏକ୍ସପେରିମେଣ୍ଟ ଗ୍ଲାମର୍ସ ଲୁକ୍ ତାଙ୍କ ପାଇଁ ଏବେ ବୁମେରଂ ହୋଇଛି । ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା "ୟେ ଦୁଲହନ ହୈ ୟା ବାର ଡାନ୍ସସର" ।
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାହ୍ନବୀ ସବୁବେଳେ ନିଜ ଗ୍ଲାମର୍ସ ଲୁକ୍ସ ପାଇଁ ଚର୍ଚ୍ଚାରେ ଥାଆନ୍ତି। ନିଜର ବିଉଟିନେସ ହେଉ କି ବୋଲ୍ଡନେସ ସବୁ ସମୟରେ କପୁର ତନୟା ଫ୍ୟାନ୍ସଙ୍କ ହାର୍ଟ ବିଟ ବଢାଇ ଥାଆନ୍ତି। ହେଲେ ଜାହ୍ନବୀଙ୍କ ଏକ ଏକ୍ସପେରିମେଣ୍ଟ ଗ୍ଲାମର୍ସ ଲୁକ୍ ତାଙ୍କ ପାଇଁ ଏବେ ବୁମେରଂ ହୋଇଛି । ଜାହ୍ନବୀଙ୍କ ଲୁକ୍ସକୁ ନେଇ ଫ୍ୟାନ ଏବେ ସୋସିଆଲ ମିଡିଆରେ ତାତ୍ସଲ୍ୟ କରିବା ସହ ଭିନ୍ନ ଭିନ୍ନ କମେଣ୍ଟସ ଦେଉଛନ୍ତି, ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା “ୟେ ଦୁଲହନ ହୈ ୟା ବାର ଡାନ୍ସସର” ।
Janhvi as a Masaba bride. Designed by Masaba Gupta 💖 pic.twitter.com/zmdAdzuMpN
— ꨄ︎ ૮꒰ ˶• ༝ •˶꒱ა 🦌 (@shehasaudacityy) August 21, 2025
ଇଣ୍ଟରନେଟରେ ଭାଇରାଲ ହେଉଥିବା ଜାହ୍ନବୀଙ୍କ କିଛି ଫଟୋକୁ ନେଇ ଏହି ଚର୍ଚ୍ଚା। ପ୍ରସିଦ୍ଧ ଡିଜାଇନର ମାସବା ଗୁପ୍ତାଙ୍କ ପାଇଁ ଜାହ୍ନବୀ ବ୍ରାଇଡାଲ ଲୋକରେ ନଜର ଆସିଥିଲେ। ଜାହ୍ନବୀ ଯେଉଁ କଷଟ୍ୟୁମରେ ନଜର ଆସିଥିଲେ ତାହାର ଡିଜାଇନ୍ କରିଥଲେ ମାସବ ଗୁପ୍ତା। ତେବେ ଜାହ୍ନବୀଙ୍କ ଏହି ଲୋକକୁ ନେଇ ଏବେ ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।
ଜାହ୍ନବୀ ପାରମ୍ପରିକ ଲେହେଙ୍ଗା ଛାଡ଼ି ଏକ ଭିନ୍ନ ଷ୍ଟାଇଲ ବାଛିଛନ୍ତି। ଯାହାର ଆଉଟ୍ ଫିଟ୍ ‘ ଚାନ୍ଦିନୀ ସେଟ’ ପରି । ଯେଁଉଥିରେ ସିଲଭର ସିକ୍ୱିନ ଭଳି ଷ୍ଟ୍ରିପଲେସ ବ୍ଲାଉଜ ଓ ଗୋଲ୍ଡେନ ସାଟନ ଧୋତି ପ୍ୟାଣ୍ଟ ଅଛି। ଏହି ଆଉଟ୍ ଫିଟ୍ ମଝିରେ ପ୍ଲିଟ୍ସ ଦିଆଯାଇଛି।
ଜାହ୍ନବୀଙ୍କ ଏହି ଭିନ୍ନ ଆଉଟ୍ ଫିଟରେ ବ୍ରାଇଡଲସ ଲୁକ ଦିଆଯିବା ସହ ଗୋଲ୍ଡ ଆର୍ମଲେଟ୍ସ ସିଲଭର ଡିଟେଲିଙ୍ଗ ଓ ଷ୍ଟନ ଲାଗିଛି। ଫଳରେ ଜାହ୍ନବୀଙ୍କ ହାତକୁ ମିଳିଛି ଖାସ୍ ଅନ୍ଦାଜ। ଖାଲି ଏତିକି ନୁହେଁ ଏହି ଖାସ ଆଉଟ୍ ଫିଟରେ ରହିଛି ମୋଟା କଙ୍ଗନ ସାଙ୍ଗକୁ ଫୋଲରଲ ବ୍ରେସଲେଟ୍ସ ଓ ହେଡ୍ ପିସ।
ଏହି ଆଉଟ୍ ଫିଟ୍ ପାଇଁ ଜାହ୍ନବୀ ପୁଣି ମେକ୍ଅପରେ ବେଶ୍ ସହିତ ନେଚୁରାଲ ଗ୍ଲୋ ରଖିଛନ୍ତି । ହାଇଲାଇଟ ଦ୍ଵାରା ଚେହେରାକୁ ସାର୍ପ ଲୁକ୍ସ୍ ଦେଇଛନ୍ତି। ମେରୁନ ଲିପଷ୍ଟିକ୍ ସହ ମେଟାଲିକ ଆଇ ସେଡୋ ହେୟାର ଷ୍ଟାଇଲ ଜାହ୍ନବୀଙ୍କୁ ନୂଆ ଲୁକ୍ସ ଦେଇଛି। କିନ୍ତୁ ଫ୍ୟାନଙ୍କୁ ଜାହ୍ନବୀଙ୍କ ଏହି ଲୁକ୍ସ୍ ପସନ୍ଦ ଆସିନାହିଁ।
ଜାହ୍ନବୀଙ୍କ ଏହି ଲୁକ୍ସକୁ ନେଇ ଇଣ୍ଟରନେଟ ୟୁଜର୍ସ କହୁଛନ୍ତି” କୁଚ୍ ଭି ପେହେନ୍ ଲୋ ଓର୍ ଫେଶନ କା ନାମ ଦେଦୋ, ଆଉ ଜଣେ ଲେଖିଛନ୍ତି” ୟେ ସସ୍ତେ ଡାନ୍ସ ପର୍ଫମାନ୍ସ କା ଲୁକ୍ସ।’ ଆଉ ଜଣେ ୟୁଜର ଲେଖିଛନ୍ତି “ୟେ ଦୁଲହନ ହୈ ୟା ବାର ଡାନ୍ସସର” ।
ଜାହ୍ନବୀଙ୍କ ଏହି ଆଉଟ୍ ଫିଟ୍ ଡିଜାଇନରଙ୍କ ପାଇଁ ନୂଆ କ୍ରିଏଟିଭ ହୋଇପାରେ… ହେଲେ ଫ୍ୟାନସଙ୍କୁ ସେତେ ପ୍ରଭାବିତ କରିପାରିନି। ଇଣ୍ଟରନେଟ ୟୁଜର୍ଶଙ୍କ ପାଇଁ ଏହି ଫେସନ୍ ଫେଲ ହୋଇଗଲା ବୋଲି ବଲିଉଡରେ ଚର୍ଚ୍ଚା। ଆପଣ ବି ଦେଖନ୍ତୁ ସେହି ଫଟୋ।