fbpx

ବୈଜ୍ଞାନିକଙ୍କ କମାଲ୍ ! ଏଣିକି ରେକର୍ଡ ହେବ ସ୍ବପ୍ନ, ଫିଲ୍ମ ଭଳି ଦେଖିହେବ ଭିଡିଓ

ନୂଆଦିଲ୍ଲୀ : କୁହାଯାଏ ସ୍ବପ୍ନ ସତ ହେବା ଭଗବାନଙ୍କ ସହିତ ସାକ୍ଷାତ କରିବା ସମାନ । ଲୋକମାନେ ସ୍ବପ୍ନ ଦେଖିଲେ ସକାଳେ ତାହାକୁ ଭୁଲି ଯାଇଥାନ୍ତି । ଆପଣ କେବେ ଭାବିଛନ୍ତି କି ଯଦି ରାତିରେ ଦେଖିଥିବା ସ୍ବପ୍ନ ସକାଳୁ ମଧ୍ୟ ଆଫଣ ଦେଖିପାରେ, ଫିଲ୍ମ ଭଳି ସ୍ବପ୍ନ ଭିଡିଓ ଦେଖିପାରିବେ ତାହାଲେ କେମିତି ହେବ । ବର୍ତ୍ତମାନ ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି । ଜାପାନୀ ରିସର୍ଚର ନିକଟରେ ଏହାକୁ ସତ କରି ଦେଖାଇଛନ୍ତି । ନିକଟରେ ଜାପାନର ଏକ ବୈଜ୍ଞାନିକ ଦାବି କରି କହିଛନ୍ତି, ମଣିଷର ସ୍ବପ୍ନକୁ ରେକର୍ଡ କରି ପବ୍ଲିକରେ ଦେଖାଇବାର କ୍ଷମତା ଏହି ଡିଭାଇରସରେ ରହିଛି ।

ଗବେଷକମାନେ ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଉନ୍ନତ ନ୍ୟୁରାଲ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ସ୍ବପ୍ନକୁ ରେକର୍ଡ କରିବା ପାଇଁ ବ୍ରେନର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରାଯାଇଥାଏ । ରାପିଡ ଆଇ ମୁଭମେଣ୍ଟ ଦ୍ବାରା ସ୍ବପ୍ନ ସ୍ପଷ୍ଟ ହୋଇଥାଏ । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ମସ୍ତିଷ୍କ ତରଙ୍ଗର ଢାଞ୍ଚାକୁ ସ୍ବପ୍ନରେ ପରିଣତ କରାଯାଇଥାଏ । ଏହା ଦ୍ବାରା ସ୍ବପ୍ନକୁ ପୁଣିଥରେ ପ୍ଲେ କରାଯାଇ ପାରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ନୂତନ ଉପକରଣ କେବଳ ବ୍ୟକ୍ତିଗତ ଅଭିଜ୍ଞତା ବୁଝିବାରେ ସାହାଯ୍ୟ କରିବ ନାହିଁ, ବରଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବିଶ୍ଳେଷଣ କରିବା ମଧ୍ୟ ସହଜ କରିପାରିବ । ଏକ ସ୍ୱପ୍ନର ରେକର୍ଡିଂ ଉପକରଣ ସାହାଯ୍ୟରେ ଡାକ୍ତରମାନେ ସେମାନଙ୍କର ସ୍ୱପ୍ନକୁ ବୁଝି ରୋଗୀଙ୍କ ମାନସିକ ସ୍ଥିତି ଏବଂ ଭାବପ୍ରବଣତାକୁ ଭଲ ଭାବରେ ବୁଝିପାରିବେ । ଏହି ଡିଭାଇସ୍ ଅତ୍ୟନ୍ତ ରୋମାଞ୍ଚକର, କିନ୍ତୁ ଅନୁସନ୍ଧାନକାରୀଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଏହା କେବଳ ଅନୁସନ୍ଧାନ ଏବଂ ଚିକିତ୍ସା କ୍ଷେତ୍ର ପାଇଁ ବ୍ୟବହାର କରାଯିବ ।

Get real time updates directly on you device, subscribe now.