ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ଆହତ

କୋଇଡ଼ା: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି।

ନିକଟରେ ପ୍ରାୟ 5ଟନ ବିସ୍ଫୋରକ ଲୁଟ କରିଥିଲେ ମାଓବାଦୀ। ଏଥିମଧ୍ୟରୁ କିଛି ବିସ୍ଫୋରକ ଜବତ ହୋଇଥିବାବେଳେ ଅବଶିଷ୍ଟ ଜବତ ପାଇଁ ଉଦ୍ୟମ ଚାଲିଥିଲା।

ସେହି ସମୟରେ ଘଟିଯାଇଥିଲା ଏହି ଭଳି ଘଟଣା। ଯବାନଙ୍କୁ ଏବେ ମେଡିକାଲକୁ ସ୍ଥାନାନ୍ତର କରାଯିବ ସହିତ ଘଟଣାର ଯାଞ୍ଚ ଚାଲିଛି।