fbpx

ଜୟା କିଶୋରୀଙ୍କୁ ଅଶ୍ଳୀଳ ଟିପ୍ପଣୀ ସହ ହତ୍ୟା ଧମକ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଲକ୍ଷ୍ନୌ: ଦେଶର ଲୋକପ୍ରିୟ ମୋଟିଭେସନାଲ ସ୍ପିକର ଭାବେ ଜଣାଶୁଣା ଜୟା କିଶୋରୀ । ମଙ୍ଗଳବାର ସେ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଯୋଗ ହୋଇଥିଲେ । ସେଠାରେ ତାଙ୍କୁ ଜଣେ ଯୁବକ ଅଶ୍ଳୀଳ ଟିପ୍ପଣୀ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ଯେ ମଙ୍ଗଳବାର ଲକ୍ଷ୍ନୌରେ ମହିଳା ହେଲ୍ପଲାଇନ୍ ୧୦୯୦ର ଏକ କାଯ୍ୟକ୍ରମରେ ଜୟା କିଶୋରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟା ମହିଳାଙ୍କୁ ସଶକ୍ତ ଏବଂ ସାହସୀ ହେବାକୁ ବିଭିନ୍ନ ପ୍ରକାର ଟିପ୍ସ ଦେଇଥିଲେ । ଏହି ପ୍ରବୁନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ବ୍ୟକ୍ତି ଜବରଦସ୍ତି କାର୍ଯ୍ୟକ୍ରମ ସ୍ଥଳକୁ ଯିବା ସହ ମଞ୍ଚ ଉପରେ ଚଢ଼ିଯାଇଥିଲେ । ସେହି ବ୍ୟକ୍ତି ହେଉଛନ୍ତି ଜଣେ ହୋଟେଲ ବ୍ୟବସାୟୀ ଦୀପେଶ ଠାକୁର ଦାସ ଭବାନୀ । ସେ ଜୟା କିଶୋରୀଙ୍କ ପ୍ରତି ଅଶ୍ଳୀଳ ଟିପ୍ପଣୀ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହି ଘଟଣା ପରେ ଜୟା କିଶୋରୀଙ୍କ ସର୍ମ୍ପକୀୟ ପୋଲିସ ଥାନାରେ ଏଫଆଇଆର ଦାୟର କରିଥିଲେ । ଘଟଣା ବାବଦରେ ପୋଲିସ ଜାଣିବା ପରେ ଏହାର ଯାଞ୍ଚ କରି ଦୀପେଶଙ୍କୁ ଗିରଫ କରିଥିଲା । ଦୀପେଶ ସୋସିଆଲ ମିଡ଼ିଆରେ ଜୟା କିଶୋରୀଙ୍କୁ ଫଲୋ କରନ୍ତି । ତେଣୁ ଜୟା କିଶୋରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାବଦରେ ଦୀପେଶ ଆଗୁଆ ଅବଗତ ହେବା ସହ କାର୍ଯ୍ୟକ୍ରମସ୍ଥଳକୁ ବିନା ପଞ୍ଜିକରଣରେ ଯାଇଥାନ୍ତି । ଏହାପୂର୍ବରୁ ହାଇଦ୍ରାବାଦ, ଜୟପୁର, ଜଳନ୍ଧରରେ ମଧ୍ୟ ଜୟା କିଶୋରୀଙ୍କ କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଚଢିଥିଲେ ଦୀପେଶ । ଉକ୍ତ ସ୍ଥାନରେ ମଧ୍ୟ ଦୀପେଶଙ୍କ ନାଁରେ ମାମଲା ରହିଛି ।

 

Get real time updates directly on you device, subscribe now.