fbpx

ତେଜସ ଟ୍ରେନରେ ଚଡ଼ି ପିନ୍ଧି ବୁଲୁଥିଲେ JDU ବିୁଧାୟକ, ଯାତ୍ରୀ ବାରଣ କରିବାରୁ…

ପାଟଣା: ନିଜ କାର୍ଯ୍ୟକଳାପକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ବିହାରର JDUର ବିଧାୟକ ଗୋପାଳ ମଣ୍ଡଳ ପୁଣିଥରେ ବିବାଦକୁ ଆସିଛନ୍ତି । ଏଥର ଗୋପାଳ ମଣ୍ଡଳ ଦିଲ୍ଲୀରୁ ପାଟଣା ଯାଉଥିବା ସମୟରେ ଏପରି କାମ କଲେ ଯେ, ହଙ୍ଗାମା ହୋଇଗଲା । ସହଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ମାରପିଟ୍ କରିବାକୁ ଅଣ୍ଟା ଭିଡିଥିଲେ ଓ ଗୁଳି କରିବାକୁ ଧମକ ଦେଇଥିଲେ ।

ମିଳିଥିବା ଖବର ମୁତାବକ, ପାଟଣା-ଦିଲ୍ଲୀ ତେଜସ ଟ୍ରେନରେ ଯାତ୍ରା କରୁଥିବା ବେଳେ ବିଧାୟକ ଗୋପାଳ ମଣ୍ଡଳ ଅଣ୍ଡରୱିଅର ବା ଚଡ଼ି ପିନ୍ଧି ବୁଲୁଥିଲେ । ଏନେଇ ସହଯାତ୍ରୀମାନେ ଚଡ଼ିରେ ବୁଲିବାକୁ ମନା କରିବାକୁ ବିଧାୟକ ରାଗି ଯାଇ ମାରପିଟ୍ କରିବାକୁ ପ୍ରସ୍ତୁତ ହୋଇଗଲେ । ସେମାନଙ୍କୁ ଗାଳି କରିବା ସହ ଗୁଳିରେ ମାରିଦେବାକୁ ମଧ୍ୟ ବିଧାୟକ ଧମକ ଦେଇଥିଲେ । ସହଯାତ୍ରୀ ପ୍ରହ୍ଲାଦ ପ୍ରସୱାନ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଚଡ଼ିରେ ଟ୍ରେନରେ ବୁଲୁଥିରେ, ଯାହାର ଆମେ ବିରୋଧ କରିଥିଲୁ । ଯେପର୍ଯ୍ୟନ୍ତ ସେ ବିଧାୟକ ବୋଲି ଆମକୁ ଜଣାନଥିଲା । ଘଟଣାକୁ ନେଇ ଆରପିଏଫରେ ଅଭିଯୋଗ ପରେ ତାଙ୍କ କୋଚ୍ ବଦଳ କରାଯାଇଥିଲା ।

Get real time updates directly on you device, subscribe now.