fbpx

JDU ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ସାରା ଦେଶରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି । ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ସଂଗଠନରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜେଡି(ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଗତ ଏକ ସପ୍ତାହ ଧରି ଜେଡିୟୁର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଏହା ମଧ୍ୟରେ ଶେଷରେ ଲଲନ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଆଜି ଦିଲ୍ଲୀରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିବା ବେଳେ ଉକ୍ତ ବୈଠକରେ ଲଲନଙ୍କୁ ନେଇ କିଛି ନିଷ୍ପତ୍ତି ହୋଇପାରେ ବୋଲି ପୂର୍ବରୁ ଶୁଣାଯାଉଥିଲା । ତେବେ ଲଲନଙ୍କ ପରେ ନୀତିଶ କୁମାର ଦଳର କମାଣ ଧରିବେ କି ବୋଲି ଚର୍ଚ୍ଚା ହେଉଛି । ଲଲନଙ୍କ ଇସ୍ତଫା ପଛର କାରଣ ସାମ୍ନାକୁ ଆସିନାହିଁ ।

ଲଲନଙ୍କ ଇସ୍ତଫା ପରେ ଜେଡିୟୁର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନୀତିଶଙ୍କ ନାମ ପ୍ରସ୍ତାବ ରଖାଯାଇଛି । ଇସ୍ତଫା ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ ଓ ଲଲନ ଉଭୟେ ଗୋଟିଏ ଗାଡ଼ିରେ ବସି ବୈଠକରେ ସାମିଲ ହୋଇଥିଲେ । ଇସ୍ତଫା ଦେବା ପରେ ଏଣିକି ଲଲନ ସଂଗଠନର ଦାୟିତ୍ୱ ସମ୍ଭାଳିବା ସହିତ ଆଗାମୀ ନିର୍ବାଚନରେ ଦଳୀୟ କାର୍ଯ୍ୟରେ ନିଜକୁ ସାମିଲ କରିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.