fbpx

JEE Advanced 2023: ଜୁନ୍‌ ୪ରେ ହେବ ପରୀକ୍ଷା, ମେ’ ୭ ଯାଏଁ ହେବ ପଞ୍ଜୀକରଣ

ନୂଆଦିଲ୍ଲୀ : ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁନ୍‌ ୪ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସଡ ପାଇଁ ପଞ୍ଜୀକରଣ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ’ ୭ତାରିଖ ଯାଏଁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବେ । ୮ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଫି ଦାଖଲ କରିବାକୁ ଥିବାବେଳେ ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ଏନଟିଏ ପକ୍ଷରୁ ଜେଇଇ ଆଡଭାନଡ୍‌ର ସର୍ବନିମ୍ବ କଟଅଫ୍‌ ମଧ୍ୟ ପ୍ରକାଶ ପାଇଛି । ଜେଇଇ ଆଡଭାନ୍ସ ପାଇଁ ସାଧାରଣ ବର୍ଗର କଟଅଫ୍‌ ୯୦.୭୭୮୯ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ୍‌) ବର୍ଗର କଟଅଫ୍‌ ୭୫.୬୨୨୯ ପର୍ସେଣ୍ଟାଇଲ୍‌ ରହିଥିବାବେଳେ ଓବିସି ବର୍ଗରେ ୭୩.୬୧୧୪, ଅନୁସୂଚିତ ଜାତି-୫୧.୯୭୭୬, ଅନୁସୂଚିତ ଜନଜାତି- ୩୭.୨୩୪୮ ପର୍ସେଣ୍ଟାଇଲ୍‌ ନମ୍ବର ରହିଛି । ଅଢେ଼ଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଏନଟିଏ ଦର୍ଶାଇଛି । ଛାତ୍ରଛାତ୍ରୀ https://jeeadv.nic.in ମାଧ୍ୟମରେ ଜେଇ ଆଡଭାନ୍ସଡ୍‌ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.