JEE Main 2025:JEE ମେନ୍ ସେସନ୍ 2 ପାଇଁ କିପରି କରିବେ ପଞ୍ଜୀକରଣ, ଜାଣନ୍ତୁ କେବେ ହେବ ପରୀକ୍ଷା ?
JEE ମେନ୍ ପରୀକ୍ଷା ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । NTA JEE ମେନ୍ ସେସନ୍ 2 ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ କରିଛି। ଯଦି ଆପଣ ଏହି ପରୀକ୍ଷାରେ ଯୋଗଦେବାକୁ ଚାହାଁନ୍ତି, ତେବେ ଆପଣ JEE ମେନ୍ର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରିପାରିବେ।
ନୂଆଦିଲ୍ଲୀ : ଜାତୀୟ ପରୀକ୍ଷା ଏଜେନ୍ସି ଅର୍ଥାତ୍ ଏନଟିଏ ମିଳିତ ପ୍ରବେଶିକା ପରୀକ୍ଷାର ଦ୍ୱିତୀୟ ଅଧିବେଶନ ଅର୍ଥାତ୍ ଜେଇଇ ମେନ୍ ୨୦୨୫ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି । ଏହି ପରୀକ୍ଷାରେ ଯୋଗଦେବାକୁ ଚାହୁଁଥିବା ଯେକୌଣସି ପ୍ରାର୍ଥୀ ଜେଇଇ ମେନର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଇ ପଞ୍ଜୀକରଣ କରିପାରିବେ ।
ଏଥିପାଇଁ ପ୍ରାର୍ଥୀମାନଙ୍କୁ ୨୫ ଫେବୃଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଅବଶ୍ୟ ଏନଟିଲ ଦ୍ୱାରା ପ୍ରକାଶିତ ପୂର୍ବ କାର୍ଯ୍ୟସୂଚୀରେ କୁହାଯାଇଥିଲା ଯେ ଜେଇଇ ମେନ ସେସନ୍ ୨ ପାଇଁ ଆବେଦନ ୱିଣ୍ଡୋ ଜାନୁଆରୀ ୩୧ ରେ ଖୋଲିବ ଏବଂ ଫେବୃଆରୀ ୨୪ ରେ ବନ୍ଦ ହେବ ।
ଜେଇଇ ମେନ୍ ୨୦୨୫: ଏହି ତାରିଖଗୁଡ଼ିକୁ ଧ୍ୟାନ ଦିଅନ୍ତୁ
ଆବେଦନର ଶେଷ ତାରିଖ: ୨୫ ଫେବୃଆରୀ (ରାତି ୯ଟା)
ଫି’ ପୈଠ କରିବାର ଶେଷ ତାରିଖ: ଫେବୃଆରୀ ୨୫ (ରାତି ୧୧:୫୦)
ପରୀକ୍ଷା ତାରିଖ: ୧ ରୁ ୮ ଏପ୍ରିଲ ମଧ୍ୟରେ
ଅବଶ୍ୟ ପେପର ଅନୁଯାୟୀ କାର୍ଯ୍ୟସୂଚୀ, ପରୀକ୍ଷା ସହର, ପ୍ରବେଶ ପତ୍ର ଏବଂ ଫଳାଫଳ ପ୍ରକାଶନ ତାରିଖ ପରେ ଘୋଷଣା କରିବ ଏନଟିଏ ।
କିପରି ପଞ୍ଜୀକରଣ କରିବେ?
ସର୍ବପ୍ରଥମେ ଜେଇଇ ମେନର ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ ।
ତା’ପରେ ହୋମପେଜରେ ଜେଇଇ ମେନ୍ ୨୦୨୫ ପଞ୍ଜିକରଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଇତ୍ୟାଦି ଏଣ୍ଟର କରନ୍ତୁ ।
ଏବେ ଆପଣଙ୍କର ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ କରନ୍ତୁ ।
ଏହା ପରେ ଆବେଦନ ଫି ଦେଇ ଫର୍ମ ଦାଖଲ କରନ୍ତୁ ।
ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ ୨୦୨୫ ସେସନ୍ ୧ ପରୀକ୍ଷା ଦେଇଛନ୍ତି ଏବଂ ଦ୍ୱିତୀୟ ସେସନ୍ ପାଇଁ ଯୋଗ ଦେବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କର ପୂର୍ବ ଆବେଦନ ନମ୍ବର ଏବଂ ପାସୱାର୍ଡ ସହିତ ଲଗଇନ୍ କରିପାରିବେ ଏବଂ ପରୀକ୍ଷା ଫି ଦେଇପାରିବେ । ସେମାନେ ପେପର, ପରୀକ୍ଷା ମାଧ୍ୟମ ଏବଂ ପରୀକ୍ଷା ସହର ପସନ୍ଦ ମଧ୍ୟ ପରିବର୍ତ୍ତନ କରିପାରିବେ ।
ନୂତନ ପ୍ରାର୍ଥୀମାନଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡିବ ଏବଂ ତା’ପରେ ଜେଇଇ ମେନ୍ସ ସେସନ୍ ୨ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ଜଣେ ପ୍ରାର୍ଥୀ କେବଳ ଗୋଟିଏ ଆବେଦନ ଫର୍ମ ପୂରଣ କରିପାରିବେ । ଯଦି ପ୍ରାର୍ଥୀମାନଙ୍କର ଗୋଟିଏରୁ ଅଧିକ ଆବେଦନପତ୍ର ଥିବା ଜଣାପଡ଼େ, ତେବେ ସେମାନଙ୍କୁ ଅବୈଧ ବୋଲି ବିବେଚନା କରାଯିବ ।