fbpx

ଶୀଘ୍ର ଜାରି ହୋଇପାରେ JEE Main 2023ର ଆଡମିଟ୍ କାର୍ଡ, ଏଠାରୁ କରିପାରିବେ ଡାଉନଲୋଡ୍

Advertisement

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଜାନୁଆରୀ ତୃତୀୟ ସପ୍ତାହରେ JEE ମେନ୍ 2023 ଆଡମିଟ୍ କାର୍ଡ ଜାରି କରିପାରେ । JEE Main 2023 ସେସନ ୧ ପାଇଁ ଏହି ଆଡମିଟ୍ କାର୍ଡ ପ୍ରଦାନ କରାଯିବ । ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE Mainର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inକୁ ଯାଇ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

JEE ମେନ୍ 2023 ଆଡମିଟ୍ କାର୍ଡ ଜାରି ହେବା ପରେ ପ୍ରାର୍ଥୀମାନେ ଏହି ଲିଙ୍କ୍ https://jeemain.nta.nic.in/ ରେ କ୍ଲିକ୍ କରି ଏହାକୁ ସିଧାସଳଖ ଡାଉନଲୋଡ୍ କରିପାରିବେ । ଆହୁରି ମଧ୍ୟ ନିମ୍ନରେ ଦିଆଯାଇଥିବା ଏହି ଷ୍ଟେପଗୁଡିକ ମାଧ୍ୟମରେ ଆପଣ ଆପଣଙ୍କର ଆଡମିଟ୍ କାର୍ଡ ମଧ୍ୟ ଦେଖିପାରିବେ । JEE Main ପରୀକ୍ଷା 2023 ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଏବଂ ୩୧ ରେ ଅନୁଷ୍ଠିତ ହେବ । ଆଡମିଟ୍ କାର୍ଡର ଉପରେ ସେଣ୍ଟର, ତାରିଖ ଏବଂ ଶିଫ୍ଟ ଉଲ୍ଲେଖ କରାଯିବ।

ଏହିପରି JEE ମେନ୍ ଆଡମିଟ୍ କାର୍ଡ 2023 ଡାଉନଲୋଡ୍ କରନ୍ତୁ :-

– JEE Main ର ଅଫିସିଆଲ୍ ୱେବସାଇଟ୍ Jeemain.nta.nic.inକୁ ଯାଆନ୍ତୁ ।

– ହୋମପେଜରେ ଉପଲବ୍ଧ JEE Main Admit Card 2023 ସେସନ 1 ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

– ଲଗଇନ୍ ବିବରଣୀ ଏଣ୍ଟର କରନ୍ତୁ ଏବଂ ସବମିଟ ଉପରେ କ୍ଲିକ୍ କରନ୍ତୁ ।

– ଆପଣଙ୍କର JEE Main Admit Card 2023 ସ୍କ୍ରିନରେ ଦେଖାଯିବ ।

– JEE Main Admit Card 2023 ଚେକ କରନ୍ତୁ ଏବଂ ପେଜ ଡାଉନଲୋଡ୍ କରନ୍ତୁ ।

– ପରବର୍ତ୍ତୀ ଆବଶ୍ୟକତା ପାଇଁ ତାହାର ଏକ ହାର୍ଡ କପି ନିଅ ପାଖରେ ରଖନ୍ତୁ ।

Get real time updates directly on you device, subscribe now.