fbpx

ଘୁଞ୍ଚିଲା ଜେଇଇ ମେନ୍ -୨୦୨୧ ; ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜେଇଇ ମେନର ଅନ୍ତିମ ଦୁଇ ଚରଣ ପରୀକ୍ଷା ବାକି ରହିଥିବା ବେଳେ ତୃତୀୟ ଏବଂ ଚତୁର୍ଥ ଚରଣ ପରୀକ୍ଷା ମଧ୍ୟରେ ଅନ୍ୟୁନ ୪ ସପ୍ତାହର ଗ୍ୟାପ୍ ରହିବ । ଆସନ୍ତା ସେପ୍ଟେମ୍ବର୧ ଓ ୨ରେ ଚତୁର୍ଥ ଚରଣ ପରୀକ୍ଷା ହେବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ଜେଇଇ ପଞ୍ଜୀକରଣ ପାଇଁ ତାରିଖ ଜୁଲାଇ ୨୦କୁ ବଢା ଯାଇଛି । ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବିକୁ ମାନିନେବା ପାଇଁ ସରକାର ଘୋଷଣା କରିଛନ୍ତି । ୪ର୍ଥ ଚରଣ ପରୀକ୍ଷା ପାଇଁ ୭.୩୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.