fbpx

ଏବେ ଆରଟି-ପିସିଆର ଟେଷ୍ଟରେ କରୋନା ସଂକ୍ରମିତଙ୍କ ନେଗେଟିଭ ରିପୋର୍ଟ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । କିଛି ବିଶେଷଜ୍ଞ ଏହାକୁ ଆଶ୍ୱସ୍ତି କହୁଥିବାବେଳେ, କିଛି ବିଶେଷଜ୍ଞ ଭାରତରେ ତୃତୀୟ ଲହରର ଆରମ୍ଭ ହୋଇଥିବା ନେଇ ମଧ୍ୟ ମତ ଦେଇଛନ୍ତି । ଏହି ସମୟରେ ଏଭଳି ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ବେଙ୍ଗାଲୁରୁରେ ଏଭଳି ଅନେକ ମାମଲା ଦେଖାଯାଇଛି ଯେଉଁଠାରେ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଦିଆଯାଇଛି । ବେଙ୍ଗାଲୁରୁରେ ଏପର୍ଯ୍ୟନ୍ତ ଏଭଳି ଆଠ ମାମଲା ସାମ୍ନାକୁ ଆସିଛି । ଏହି ସମସ୍ତ ଆଠ ଜଣକୁ କୋଭିଡ୍ ଲକ୍ଷଣ ମଧ୍ୟ ଥିଲା । ତେବେ ସେମାନଙ୍କର ସିଟି ସ୍କାନ କରାଯିବାପରେ ସଂକ୍ରମଣ ଥିବା ନେଇ ନିଶ୍ଚିତ କରାଯାଇଥିଲା । ସେପଟେ ସେମାନଙ୍କ ମଧ୍ୟରୁ ଦୁଇ ଜଣକର ମୃତ୍ୟୁ ଘଟିଛି ।

କର୍ଣ୍ଣାଟକର କୋଭିଡ୍-୧୯ ଟାସ୍କ ଫୋର୍ସ ସଦସ୍ୟ ଡା. ମଞ୍ଜୁନାଥ ଏହି ଘଟଣାକୁ ନେଇ କହିଛନ୍ତି ଯେ ଏହା କୌଣସି ଏକ ସମୂହରେ ହୋଇଥାଇପାରେ । ସେ କହିଛନ୍ତି ଯେଉଁମାନେ ଆରଟିପିସିଆର ଟେଷ୍ଟରେ ନେଗେଟିଭ ଆସିଛନ୍ତି କିନ୍ତୁ ତାଙ୍କ ପାଖରେ ଲକ୍ଷଣ ଥାଏ ତାଙ୍କୁ ସିଟି ସ୍କାନ ରିପୋର୍ଟ ପରେ କୋଭିଡ୍ ରୋଗୀ ଅନୁଯାୟୀ ଚିକିତ୍ସା କରାଯାଏ । ରାଜ୍ୟରେ ୫-୮ ପ୍ରତିଶତ ମାମଲା ଏଭଳି ରହିଛି । ବେଳେବେଳେ ପୁଣିଥରେ ଆରଟି-ପିସିଆର ଟେଷ୍ଟ କରାଯିବା ପାଇଁ ମଧ୍ୟ କୁହାଯାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ ଭୁଲ ଆରଟି-ପିସିଆର ରିପୋର୍ଟ ରୋଗୀଙ୍କୁ ଅସୁବିଧାରେ ପକାଇପାରେ କାରଣ ସେମାନେ ଆରଟିପିସିଆର ଟେଷ୍ଟ ଉପରେ ବିଶ୍ୱାସ ରଖିଥାନ୍ତି ।

ଆଭ୍ୟନ୍ତରୀଣ ଚିକିତ୍ସା ଏବଂ ସଂକ୍ରାମକ ରୋଗ ବିଶେଷଜ୍ଞ ବରିଷ୍ଠ ପରାମର୍ଶଦାତା ଡା, ରଘୁ କହିଛନ୍ତି ୧୦-୧୫% ପ୍ରତିଶତ ମାମଲାରେ ଆରଟି-ପିସିଆର ରିପୋର୍ଟ ନେଗେଟିଭ ଆସିଥାଏ । ଏହା ସହ ଆରଟି-ପିସିଆର ଟେଷ୍ଟ କିଟ୍ କ୍ୱାଲିଟି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ତେବେ ସେ କହିଛନ୍ତି ଲକ୍ଷଣ ଥାଇ ଯଦି ଆରଟି-ପିସିଆର ନେଗେଟିଭ ଆସେ ତା’ହେଲେ ତାଙ୍କୁ ସିଟି ସ୍କାନ କରିବାକୁ ପରାମର୍ଶ ଦିଆଯାଏ ।

Get real time updates directly on you device, subscribe now.