fbpx

(ଭିଡିଓ) ସଫା କରିବା ବାହାନାରେ ଲୁଟିନେଲେ ସବୁ ଗହଣା: ଥାନାରେ ଅଭିଯୋଗ କଲେ ମହିଳା

ସ୍ପଷ୍ଟ ଦିବା ଲୋକରେ ଲୁଟ୍ । ବାହାନା କରି ଆସିଲେ, ଗହଣା ସଫା କଲେ, ଆଉ ତାପରେ ମୌକା ଦେଖି ସବୁ ଲୁଟି ନେଲେ । ଏଭଳି ଗହଣା ସଫା କରିବା ବାହାନାରେ ଆସି ଜଣେ ମହିଳାଙ୍କର ସବୁ ଗହଣା ଲୁଟିନେଇଛନ୍ତି ଲୁଟେରା । ଘରେ ମହିଳା ଏକୁଟିଆ ଥିବା ସମୟରେ ଅଳଙ୍କାର ସଫା କରିବା ବାହାନାରେ ଆସି ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏଭଳି ଅଭିଯୋଗ ଆସିଛି ଉଦଳା ଥାନା ଏନଏସି ୫ନଂ ୱାର୍ଡରେ । ୫ ନଂ ୱାର୍ଡର ନିରଞ୍ଜନ ସାହୁଙ୍କ ସ୍ତ୍ରୀ ମମତା ସାହୁ ଘରେ ଏକୁଟିଆ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କୁ ଗହଣା ସଫା କରି ଦେବେ ବୋଲି କହିଥିଲେ । ହେଲେ ମମତା ଗହଣା ସଫା କରିବାକୁ ମନା କରିଥିଲେ । ପରେ ଯୁବକ ଦୁଇ ଜଣ ଗୋଟିଏ ପିତଳ ସାମଗ୍ରୀ ସଫା କରି ଦେଖାଇବା ପରେ ମମତାଙ୍କ ପାଉଁଜି ସଫା କରିଥିଲେ । ଏହା ପରେ ମମତା ପିନ୍ଧିଥିବା ସୁନାଚେନ୍, ମୁଦି ଏବଂ ହାତର ବଳାକୁ ସଫା କରିବାକୁ ମାଗିଥିଲେ । ଏହା ସହିତ ତାଙ୍କର ସମସ୍ତ ଗହଣାକୁ ଏକ ପ୍ରେସର କୁକୁରରେ ଭର୍ତି କରି ସେଥିରେ କେମିକାଲ ଦେଇ ଗରମ କରିବାକୁ କହିଥିଲେ । ଏବଂ କିଛି ସମୟ ପରେ କୌଶଳକ୍ରମେ ଦୁଇ ଜଣ ଯୁବକ ସେଠାରୁ ଖସି ଚାଲିଯାଇଥିଲେ । ହେଲେ ପ୍ରେସର କୁକୁରରେ ଗହଣା ଭର୍ତି କରିବା ବଦଳରେ କେବଳ ପାଣି ଭର୍ତି କରି ଦୁଇ ଜଣ ଦୁବୁର୍ତ ସମସ୍ତ ସୁନା ଅଳଙ୍କାର ଲୁଟିନେଇ ଚାଲିଯାଇଥିଲେ । କିଛି ସମୟ ପରେ ମମତାଙ୍କ ସ୍ୱାମୀ ଘରକୁ ଆସିବା ପରେ ପ୍ରେସର କୁକୁର ଖୋଲି ସେଥିରେ ଗହଣା ନ ଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.