fbpx

ଖୁବଶୀଘ୍ର ଜୟପୁର ଏୟାରପୋର୍ଟରୁ ଆରମ୍ଭ ହେବ ବିମାନ ସେବା, ପ୍ରଥମ ପର୍ଯ୍ୟାୟରେ ଉଡିବ ଇଣ୍ଡିଆ ୱାନ ଏୟାର ବିମାନ

Advertisement

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଏୟାରପୋର୍ଟରୁ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବେ ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ପ୍ରଥମେ ୯ସିଟ୍‌ ବିଶିଷ୍ଟ ବିମାନ ଦୈନିକ ଜୟପୁରରୁ ଭୁବନେଶ୍ୱର ୨ଥର ଓ ଭୁବନେଶ୍ୱରରୁ ଜୟପୁର ୨ଥର ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ସୂତ୍ରରୁ କୁହାଯାଇଛି । ବିମାନ ଭଡା ଜୟପୁର – ଭୁବନେଶ୍ୱର ନିମନ୍ତେ ୩୩୦୦ ଟଙ୍କା ଓ ଭୁବନେଶ୍ୱରରୁ ଜୟପୁର ପାଇଁ ୩୩୦୦ ଟଙ୍କା ରଖାଯାଇଛି । ବିମାନ ଭୁବନେଶ୍ୱରରୁ ୧୦ଟାରୁ ବାହାରି ଜୟପୁର ୧୧ଟା ୩୫ ମିନିଟରେ ପହଞ୍ଚିବ ।

ସେହିପରି ଜୟପୁରରୁ ୧୨.୨୦ରେ ବାହାରି ଭୁବନେଶ୍ୱରରେ ୧ଟା ୫୫ ମିନଟରେ ପହଞ୍ଚିବ ବୋଲି ଜଣାପଡିଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଯାତ୍ରୀଙ୍କ ଭିଡକୁ ଦେଖି ଆଗାମି ଦିନରେ ପର୍ଯ୍ୟାୟ କ୍ରମେ ଏହି ଏୟାରପୋର୍ଟରୁ ୨୪ଟି ସିଟ୍‌ ବିଶିଷ୍ଟ ବିମାନ ଚଳାଚଳ କରିବ ବୋଲି ଜଣାଯାଇଛି ।

ସୂଚନାଯୋଗ୍ୟ ଗତ ୨୧ ଓ ୨୨ ଦୁଇ ଦିନ ଧରି ଜୟପୁର ଏୟାରପୋର୍ଟରେ ଡିଜିସିଏର ହେଡକ୍ୱାର୍ଟର ଉପନିର୍ଦ୍ଦେଶକ ମନୋଜ କୁମାର ଗର୍ଗ, ଇଷ୍ଟର୍ନ ରିଜିୟନ ଉପନିର୍ଦ୍ଦେଶକ ମନିଷ ଠାକୁର, ଧୁଷାର ମଣ୍ଡଳ ପ୍ରମୁଖ ୩ଜଣିଆ ଟିମ୍‌ ପହଞ୍ଚି ଜୟପୁର ଏୟାରପୋର୍ଟରେ ସୁରକ୍ଷା ଆଲୋକୀକରଣ, ଅଗ୍ନୀ ନିରାପତା, ଜଳ ଯୋଗାଣ ସମେତ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଥିଲେ ।

Get real time updates directly on you device, subscribe now.